ଏହି ନାରୀ ହୋଇଥାଆନ୍ତି ସୌଭାଗ୍ୟବତୀ

0

ହିନ୍ଦୁ ଧର୍ମ ଅନୁସାରେ ନାରୀ ମା’ ଲକ୍ଷ୍ମୀଙ୍କ ସ୍ୱରୂପା ହୋଇଥାଆନ୍ତି। ଆମ ସମାଜରେ ଏକ ପୁରୁଣା କଥା ରହିଛି, “ଯେଉଁଠି ନାରୀଙ୍କୁ ପୂଜା କରାଯାଏ, ସମ୍ମାନ ଦିଆଯାଏ, ସେଠାରେ ଦେବତା ବାସ କରିଥାନ୍ତି”। ତେବେ ଦୁନିଆରେ ବିଭିନ୍ନ ସ୍ୱଭାବର ନାରୀ ମଧ୍ୟ ଅଛନ୍ତି। ଜଣେ ନାରୀ ଚାହିଁଲେ ଗୋଟିଏ ପରିବାରକୁ ମଧୁରତାରେ ଭରି ଦେଇପାରେ, ଆଉ ସେହି ନାରୀ ଉକ୍ତ ପରିବାରକୁ ଛାରଖାର ମଧ୍ୟ କରିଦେଇପାରେ। ଶାସ୍ତ୍ରରେ ନାରୀଙ୍କ ସ୍ୱଭାବକୁ ନେଇ ବହୁତ କିଛି ଉଲ୍ଲେଖ ରହିଛି। ତେବେ ଶାସ୍ତ୍ର ଅନୁସାରେ ସୌଭାଗ୍ୟବତୀ ନାରୀଙ୍କୁ ଚିହ୍ନିବାର କିଛି ସଙ୍କେତ ରହିଛି। ଚାଲନ୍ତୁ ଜାଣିବା ସୌଭାଗ୍ୟବତୀ ନାରୀଙ୍କ ଲକ୍ଷଣ ବିଷୟରେ –
୧. ଯେଉଁ ନାରୀ ମିଠା କଥା କହିଥା’ନ୍ତି ଓ ଯାହାଙ୍କ କଥା ଓ ଆଚରଣରେ ମାଧୁର୍ୟ୍ୟତା ଥାଏ ସେମାନଙ୍କୁ ସୌଭାଗ୍ୟବତୀ ନାରୀ କୁହାଯାଇଥାଏ। ଏପରି ନାରୀ ସମସ୍ତଙ୍କୁ ସ୍ନେହ ଓ ଆଦର ଦେଇଥା’ନ୍ତି।
୨. ଧର୍ମ ଉପରେ ବିଶ୍ୱାସ, ସେବା ଭାବ, କ୍ଷମାମୟୀ, ଦାନୀ, ବୁଦ୍ଧିମତୀ, ଦୟାଶୀଳା ଓ ନିଷ୍ଠାର ସହ କର୍ତ୍ତବ୍ୟ ପାଳନ କରୁଥିବା ମହିଳାଙ୍କୁ ମା’ ଲକ୍ଷ୍ମୀଙ୍କ ସ୍ୱରୂପା ବୋଲି କୁହାଯାଇଥାଏ। ଏପରି ସ୍ୱଭାବର ନାରୀ ଘରକୁ ଆସିଲେ, ପରିବାରର ମାନ-ସମ୍ମାନ ବୃଦ୍ଧି ପାଇବା ସହ ଉନ୍ନତି ଘଟିଥାଏ।
୩. ଶାରୀରିକ ବା ବାହ୍ୟ ରୂପରେ ନୁହେଁ, ଗୁଣ ଓ ଅନ୍ତରରେ ଯେଉଁ ନାରୀ ସୁନ୍ଦର, ତାଙ୍କୁ ସୌଭାଗ୍ୟବତୀ ନାରୀ କୁହାଯାଇଥାଏ।
୪. ଘରକୁ ଆସିଥିବା ଅତିଥିଙ୍କ ସତ୍କାରରେ କୌଣସି ପ୍ରକାର ହେଳା କରୁ ନଥିବା ନାରୀଙ୍କୁ ମଧ୍ୟ ସୌଭାଗ୍ୟବତୀ କୁହାଯାଇଥାଏ।
୫. ଅନ୍ୟର ଦୁଃଖରେ ଦୁଃଖୀ ହେଉଥିବା ଓ ଦୁଃଖୀର ଦୁଃଖ ଦୂର କରିବାକୁ ଚେଷ୍ଟା କରୁଥିବା ମହିଳା ତଥା ନିଜ ସାମର୍ଥ୍ୟ ମୁତାବକ ଅନ୍ୟକୁ ସାହାଯ୍ୟ କରୁଥିବା ମହିଳାଙ୍କୁ ଶାସ୍ତ୍ରରେ ସୌଭାଗ୍ୟବତୀ କୁହାଯାଇଛି।
୬. ଭେଦଭାବ ନ କରି ଘରେ ସମସ୍ତଙ୍କୁ ସମାନ ପ୍ରକାର ଭୋଜନ ଦେଉଥିବା ମହିଳାଙ୍କୁ ସୌଭାଗ୍ୟବତୀ କୁହାଯାଇଥାଏ।
୭. ପ୍ରତିଦିନ ଗାଧୋଇ, ସ୍ୱଚ୍ଛ ପୋଷାକ ପରିଧାନ କରି ରୋଷେଇ ଘରକୁ ଯାଉଥିବା ମହିଳାଙ୍କୁ ସୌଭାଗ୍ୟବତୀ କୁହାଯାଇଥାଏ।
୮. ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ପୂଜା କରୁଥିବା ମହିଳାଙ୍କୁ ଶାସ୍ତ୍ରରେ ସୌଭାଗ୍ୟବତୀ କୁହାଯାଇଛି।
୯. ଯେଉଁ ନାରୀ ପତିବ୍ରତା ଧର୍ମ ପାଳନ କରିଥାନ୍ତି ସେମାନେ ସୌଭାଗ୍ୟବତୀ ହୋଇଥାନ୍ତି।
୧୦. ଧର୍ମ ଓ ନୀତି ମାର୍ଗରେ ଚାଲିବାକୁ ପରିବାର ଲୋକଙ୍କୁ ପ୍ରେରଣା ଦେଉଥିବା ମହିଳାଙ୍କୁ ମଧ୍ୟ ସୌଭାଗ୍ୟବତୀ କୁହାଯାଇଥାଏ।

Leave A Reply