୫ ଦିନରେ ମଧ୍ୟ ୫୦ କୋଟି ଛୁଇଁ ପାରିଲାନି ‘ଷ୍ଟୁଡେଣ୍ଟ ଅଫ୍‍ ଦି ଇୟର-୨’

ମୁମ୍ବଇ : ଟାଇଗର ଶ୍ରଫ୍‍, ଅନନ୍ୟା ପାଣ୍ଡେ ଓ ତାରା ସୁତାରିୟାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ ଅଫ୍‍ ଦି ଇୟର-୨’ ବକ୍ସ ଅଫିସରେ ନିରାଶାଜନକ ପ୍ରଦର୍ଶନ କରିଛି। କରଣ ଜୋହରଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ର ମୁକ୍ତିଲାଭର ୫ ଦିନରେ ମଧ୍ୟ ୫୦କୋଟି ଛୁଇଁ ପାରିନାହିଁ। ୫ ଦିନରେ ଏହା ୪୯.୩୭ କୋଟି ଟଙ୍କା ଆୟ କରିଛି। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶଙ୍କ ସୂଚନା ଅନୁଯାୟୀ, ‘ଷ୍ଟୁଡେଣ୍ଟ ଅଫ୍‍ ଦି ଇୟର-୨’ ମୁକ୍ତିଲାଭର ପ୍ରଥମ ଦିନ ଶୁକ୍ରବାର ୧୨.୦୬ କୋଟି, ଶନିବାର ୧୪.୦୨ କୋଟି, ରବିବାର ୧୨.୭୫ କୋଟି, ସୋମବାର ୫.୫୨ କୋଟି ଟଙ୍କା ଆୟ କରିଛି। ସେହିପରି ପଞ୍ଚମ ଦିନ ମଙ୍ଗଳବାର ଚଳଚ୍ଚିତ୍ର ୫.୦୨ କୋଟି ଟଙ୍କାର ବ୍ୟବସାୟ କରିଛି।

‘ଷ୍ଟୁଡେଣ୍ଟ ଅଫ୍‍ ଦି ଇୟର-୨’ ଜରିଆରେ ଅନନ୍ୟା ପାଣ୍ଡେ ଓ ତାରା ସୁତାରିୟା ବଲିଉଡ଼ରେ ପାଦ ଥାପିଛନ୍ତି। ପୁନୀତ୍‍ ମାଲହୋତ୍ରା ଏହାର ନିର୍ଦ୍ଦେଶନା ଭାର ବହନ କରିଛନ୍ତି।

Comments are closed.