ଜିଲା ଶିଶୁ ସୁରକ୍ଷା ଶାଖା ସୁନ୍ଦରଗଡ଼-ଏସଓଏସ ଚିଲଡ୍ରେନ୍ସ ଭିଲେଜ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଏସଓଏସ ଚିଲଡ୍ରେନ୍ସ ଭିଲେଜ ଅଫ ଇଣ୍ଡିଆ (ଏସଓଏସସିଭିଆଇ) କୋଭିଡ-୧୯ ମହମାରୀ କାରଣରୁ ସୁନ୍ଦରଗଡ ଜିଲା ଓ ଏହାର ଆଖପାଖ ଅଞ୍ଚଳରେ ପିତାମାତାଙ୍କୁ ହରାଇଥିବା ୫୦ ଜଣ ପିଲାଙ୍କ ଯତ୍ନ ନିମନ୍ତେ ଜିଲା ସୁନ୍ଦରଗଡ ଜିଲା ଶିଶୁ ସୁରକ୍ଷା ଶାଖା ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏଥିରେ ଶିଶୁ ମାନଙ୍କର ସମ୍ପର୍କୀୟ ଓ ପରିବାର ସଦସ୍ୟମାନଙ୍କ ସେମାନଙ୍କ ଦ୍ୱାରା ଯତ୍ନ ପ୍ରଦାନ କରାଯିବ। ଏକ ବୈଷୟିକ ସହଯୋଗୀ ଭାବରେ, ଏସଓଏସସିଭିଆଇ ସୁନ୍ଦରଗଡ ଜିଲା ଶିଶୁ ସୁରକ୍ଷା ଶାଖାକୁ ଏହି ଯତ୍ନ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତି ଓ ତାହା କାର୍ଯ୍ୟକାରୀ କରିବା ପାଇଁ ସହାୟତା କରିବ। ଏଥିରେ ଶିଶୁମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପର୍ଯ୍ୟନ୍ତ ଦୀର୍ଘକାଳୀନ ଯତ୍ନ ସୁବିଧା ଯୋଗାଇ ଦିଆଯିବ। ସୁନ୍ଦରଗଡ ଜିଲାପାଳ ନିଖିଲ ପୱନ କଲ୍ୟାଣ କହିଛନ୍ତି ଯେ, ଏସଓଏସସିଭିଆଇ ଭଳି ଏକ ଅଭିଜ୍ଞ ସଂସ୍ଥା ସହିତ ସହଭାଗିତା ସ୍ଥାପନ ଦ୍ୱାରା ସୁନ୍ଦରଗଡ଼ କିନସିପ୍ କେୟାର ପ୍ରୋଗ୍ରାମ ସଫଳ ହୋଇ ପାରିବ ବୋଲି ସେ ଆଶା କରୁଛନ୍ତି। ଏହି ପିଲାମାନଙ୍କୁ ସୁନ୍ଦରଗଡ଼ ଜିଲା ପ୍ରଶାସନ ଚିହ୍ନଟ କରିବ ଓ ସମ୍ଭାବ୍ୟ ଯତ୍ନ ପ୍ରଦାନକାରୀଙ୍କ ତାଲିକା ପ୍ରସ୍ତୁତ କରିବ ବୋଲି ଜଣାଯାଇଛି।

Comments are closed.