ଗେମ ଖେଳିବାକୁ ବାପା ମୋବାଇଲ ନ ଦେବାରୁ ପୁଅର ଆତ୍ମହତ୍ୟା

ସୋର: ଆଜି ବାହାନଗା ଥାନା କୁରୁଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଗେମ ଖେଳିବାକୁ ବାପା ମୋବାଇଲ ନ ଦେବାରୁ ପୁଅ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସକାଳେ ବାପାଙ୍କୁ ୧୫ ବର୍ଷର ପୁଅ ମୋବାଇଲ ଖେଳିବାକୁ ମାଗିଥିଲା। ବାପା ମୋବାଇଲ ନ ଦେବାରୁ ଘର ଭିତରେ ରଶି ଲଗାଇ ଦେଇଥିଲା ପୁଅ। ପରିବାର ଲୋକେ ତୁରନ୍ତ ଗୁରୁତର ଅବସ୍ଥାରେ ପୁଅକୁ ଉଦ୍ଧାର କରି ସୋର ମେଡ଼ିକାଲକୁ ଆଣିଥିଲେ। ସୋର ମେଡ଼ିକାଲରେ ପୁଅକୁ ଡାକ୍ତର ମୃତ ଘୋଷଣା କରିଥିଲେ।

Comments are closed.