ମୃତ୍ୟୁ ପୁର୍ବରୁ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ସୋର: ଖଇରା ଥାନା ମିଟୁଆଣୀ ଗ୍ରାମର ପିତାମ୍ବର ଲେଙ୍କା ମୃତ୍ୟୁ ପୂର୍ବରୁ ନିଜ ଫେସବୁକ ଲାଇଭ ସହ ନିଜେ ମୃତ୍ୟୁ ସମୟର ଭିଡିଓ ଭାଇରାଲ କରିଛନ୍ତି । ପିତାମ୍ବରଙ୍କ ମୃତ୍ୟୁ ପୁର୍ବରୁ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହୋଇଥିଲା। ପିତାମ୍ବରଙ୍କ ମୃତ୍ୟୁ ଖବର ପାଇବା ପରେ ଖଇରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପିତାମ୍ବରଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ସୂଚନାରୁ ଜଣାଯାଏ ଏକ ବର୍ଷ ତଳେ ପିତାମ୍ବରଙ୍କର ସ୍ତ୍ରୀ କୌଣସି କାରଣରୁ ମୃତ୍ୟୁ ବରଣ କରିଥିଲେ। ସେହିଦିନ ଠାରୁ ପିତାମ୍ବର ମାନସିକ ଚାପ ରହୁଥିବା ନେଇ ସୂଚନା ମିଳିଛି । ପିତାମ୍ବରଙ୍କର 11 ବର୍ଷର ଗୋଟିଏ ଝିଅ ଓ 5 ବର୍ଷର ଗୋଟିଏ ପୁଅ ରହିଛି। ପୁଲିସ ପାଖରେ କେହି ଅଭିଯୋଗ  କରିନାହାନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବଦ କରି ତଦନ୍ତ ଆରମ୍ଭ କରିଛି ।

Comments are closed.