ସ୍ତ୍ରୀକୁ ବିଷ ପିଆଇ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ

ସୋର :ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ କୁମାରପୁର ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, କୁମାରପୁର ଗ୍ରାମର ଗଜେନ୍ଦ୍ର ଦେବଙ୍କ ଝିଅ ବନ୍ଦନା ପଢୁଆଁ ଗାଁର ଜ୍ଞାନ ରଞ୍ଜନ ଦାସକୁ ବୈଦିକ ରିତିରେ ବିବାହ କରିଥିଲେ। ବିବାହ ସମୟରେ ବନ୍ଦନାର ବାପ ଘର ତରଫରୁ ଯୌତୁକ ବାବଦରେ ୧ଲକ୍ଷ ୩୦ ହଜାର ଟଙ୍କା ସହ ସୁନାଗହଣା ଦେଇଥିଲେ। ବିବାହ ପରେ ଜ୍ଞାନ ରଞ୍ଜନ ବାରିପଦାରେ ଶିକ୍ଷକତା କରିବା ବେଳେ ସେଠାରେ ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ରଖିବା ସହ ବନ୍ଦନାକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ ବୋଲି ବନ୍ଦନାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶନିବାର ବନ୍ଦନାକୁ ତା’ର ସ୍ୱାମୀ ଓ ପରିବାର ଲୋକେ ବିଷ ପିଆଇ ଦେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ବନ୍ଦନାକୁ ସୋର ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ବନ୍ଦନାର ପରିବାର ପକ୍ଷରୁ ବାସୁଦେବପୁର ଥାନାରେ ଅଭିଯୋଗ କରିଛନ୍ତି।

Comments are closed.