ମହିଳାଙ୍କ ମୃତଦେହ ଜବତ

ସୋର : ବାଲେଶ୍ୱର ଜିଲା ସୋର ଅନ୍ତର୍ଗତ ଅଞ୍ଚଳରେ ଜଣେ ମହିଳାଙ୍କ ମୃତଦେହ ଜବତ କରାଯାଇଥିବା ନେଇ ଶନିବାର ଜଣାପଡିଛି। ମୃତ ମହିଳା ହେଲେ କଳମଙ୍ଗା ଗ୍ରାମର ନରେନ୍ଦ୍ର ସାହୁଙ୍କ ସ୍ତ୍ରୀ ହେମଲତା।ପୋଡ଼ି ହୋଇଥିବା ଅବସ୍ଥାରେ ହେମଲତାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ। ମୃତଦେହ ନିକଟରେ ପେଣ୍ଟି ଜୋତା ପଡି ପଡ଼ିରହିଥିବା ବେ​‌ଳେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଘରଠାରୁ ଶହେ ମିଟର ଦୂରରେ କୁକୁଡ଼ା ଫାର୍ମ ପଛ ପଟରେ ହେମଲତାଙ୍କ ମୃତଦେହ ପଡ଼ିରହିଛି।ଏହାସହ ହେମଲତା ଓ ତାଙ୍କ ସାନ ପୁଅ ରାତିରେ କୁୁକୁଡ଼ା ଫାର୍ମରେ ଶୋଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

 

Comments are closed.