ଦୋକାନ ସମ୍ମୁଖରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୋର : ବାଲେଶ୍ୱର ଜିଲା ବାହାନଗା ବଜାରର ଏକ ଦୋକାନ ସମ୍ମୁଖରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ନୀଳଗିରି କାହାଳିଆ ଅଞ୍ଚଳର ସୁମନ୍ତ କୁମାର ବିନ୍ଧାଣୀ ବୋଲି ଜଣାପଡିଛି।
ସୂଚନା ଅନୁସାରେ ସୁମନ୍ତ ବାହାନଗା ବଜାରର ଏକ ସାଇକେଲ ଦୋକାନରେ କାମ କରୁଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଦୋକାନ ଆଗରେ ଥିବା ଏକ ଲୁହା ରେଲିଂରେ ଫାଶି ଦେଇଥିବା ଜଣାପଡିଛି। ମୃତଦେହରେ କ୍ଷତ ବିକ୍ଷତ ହୋଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି। ପୁଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Comments are closed.