କମେଣ୍ଟ ମରାକୁ ବିରୋଧ ; ଗାଁ ଲୋକଙ୍କୁ ଖଣ୍ଡାରେ ହାଣିଲା ଯୁବକ

0

ସୋର : ଯୁବତୀଙ୍କୁ କମେଣ୍ଟ ମାରି ଗାଁରେ ଉନ୍ମତ୍ତ କାଣ୍ଡ ଭିଆଇଲେ ଯୁବକ। ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ କାଳନ୍ଦିପାଟଣା ଗାଁର ଯୁବକ ବୁଲୁ ସେଠୀ ସେହି ଗ୍ରାମର ଜଣେ ଯୁବତୀକୁ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଯୁବତୀ ଜଣଙ୍କର ବାପା ଏହାର ପ୍ରତିବାଦ କରିଥିଲେ। ଏହାକୁ ନେଇ ବୁଲୁ ଉତ୍ତେଜିତ ହୋଇ ଗାଁର ୧୦ ଜଣ ଲୋକଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ଆକ୍ରମଣ କରିଥିଲା। ଆକ୍ରମଣ ପରେ ବୁଲୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଆହତ ମାନଙ୍କୁ ପ୍ରଥମେ ବାଥୁଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପର୍ଣ୍ଣ ହେବାରୁ କିଛି ଜଣକୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply