ଘରୋଇ ହସ୍‌ପିଟାଲ୍‌ରେ କରୋନା ଟିକାକରଣ ନେଇ ଏସ୍‌ଓପି ଜାରି

ଭୁବନେଶ୍ବର: ଏଣିକି ପ୍ରାୟୋଜିତ ଘରୋଇ ହସ୍‌ପିଟାଲ୍‌ରେ ବି ହୋଇପାରିବ ଟିକାକରଣ। ଘରୋଇ ହସ୍‌ପିଟାଲ୍‌ରେ କରୋନା ଟିକାକରଣ ନେଇ ଏସ୍‌ଓପି ଜାରି କଲେ ରାଜ୍ୟ ସରକାର। ୧୮ରୁ ୪୪ବର୍ଷ ବର୍ଗର ବ୍ୟକ୍ତି ଘରୋଇ ହସ୍‌ପିଟାଲ୍‌ରେ ନେଇପାରିବେ ଟିକା। ରାଜ୍ୟ ସରକାର ଘରୋଇ ହସ୍‌ପିଟାଲ୍‌କୁ ଟିକା ମାଗଣାରେ ଯୋଗାଇ ଦେବେ। ଘରୋଇ ହସ୍‌ପିଟାଲ୍‌ ଏ ନେଇ ଡୋଜ୍‌ ପିଛା ୧୦୦ଟଙ୍କା ଆଦାୟ କରିପାରିବେ ବୋଲି ଏସ୍‌ଓପିରେ ଦର୍ଶାଯାଇଛି।

Comments are closed.