ପୁଣି ଘୁଞ୍ଚିଲା ‘ସୂର୍ଯ୍ୟବଂଶୀ’ର ରିଲିଜ୍‍ ତାରିଖ, ରୋହିତ୍‍ ଶେଟ୍ଟୀଙ୍କ ନିଷ୍ପତ୍ତିକୁ ପ୍ରଶଂସା କଲେ ମହାରାଷ୍ଟ୍ର ସରକାର

ମୁମ୍ବଇ: ପୁଣି ଘୁଞ୍ଚିଲା ବହୁ ପ୍ରତୀକ୍ଷିତ ବଲିଉଡ଼ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର ମୁକ୍ତିଲାଭ ତାରିଖ। ଅକ୍ଷୟ କୁମାର ଅଭିନୀତ ‘ସୂର୍ଯ୍ୟବଂଶୀ’ ଏପ୍ରିଲ ୩୦ରେ ମୁକ୍ତିଲାଭ କରିବ ନାହିଁ ବୋଲି ଫିଲ୍ମର ନିର୍ମାତା ଘୋଷଣା କରିଛନ୍ତି। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା କାରଣରୁ ଚଳଚ୍ଚିତ୍ରର ରିଲିଜ୍‍ ତାରିଖକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି।

ଫିଲ୍ମର ନିର୍ଦ୍ଦେଶକ ରୋହିତ୍‍ ଶେଟ୍ଟୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‍ରେଙ୍କ ସହ ରବିବାର ଏକ ବୈଠକରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନର ପରିସ୍ଥିତି ଦେଖି ଫିଲ୍ମର ରିଲିଜ୍‍ ତାରିଖକୁ ଗୁଞ୍ଚାଇବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ନେଇଛନ୍ତି। ରୋହିତ୍‍ଙ୍କ ଏହି ନିଷ୍ପତ୍ତିକୁ ମହାରାଷ୍ଟ୍ର ସରକାର ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ, ‘ସୂର୍ଯ୍ୟବଂଶୀ’କୁ ପ୍ରଥମେ ଗତ ବର୍ଷ ମାର୍ଚ୍ଚ ୨୪ ତାରିଖରେ ରିଲିଜ୍‍ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ କରୋନା ମହାମାରୀର ପ୍ରକୋପ ଯୋଗୁଁ ରିଲିଜ୍‍ ତାରିଖ ଘୁଞ୍ଚାଇ ଦିଆଯାଇଥିଲା।

Comments are closed.