ରିଲିଜ୍‍ ହେଲା ‘ସୂର୍ଯ୍ୟବଂଶୀ’ର ଟ୍ରେଲର

ମୁମ୍ବଇ: ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର ଟ୍ରେଲର ସୋମବାର ରିଲିଜ୍‍ ହୋଇଛି। ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଆକ୍ସନ ଭିତ୍ତିକ ଚଳଚ୍ଚିତ୍ରରେ ଏଥର ସିଂଘମ୍‍ ଓ ସିମ୍ବାଙ୍କ ଝଲକ୍‍ ମଧ୍ୟ ଦେଖିବାକୁ ମିଳିବ। ସେହିପରି କ୍ୟାଟ୍ରିନା ଓ ଅକ୍ଷୟଙ୍କ ଯୋଡ଼ି ମଧ୍ୟ ପୁଣି ଥରେ ପରଦାରେ ନଜର ଆସିବ।

ଟ୍ରେଲରରେ ‘ସୂର୍ଯ୍ୟବଂଶୀ’ର କାହାଣୀର ଝଲକ୍‍ ଦେଖିବାକୁ ମିଳିଛି। ଏଥିରେ ଅକ୍ଷୟ ଆଣ୍ଟି ଟେରୋରିଜିମ୍‍ ସ୍କ୍ୱାଡ୍‍ର ଜଣେ ଅଧିକାରୀ ଭୂମିକାରେ ଅବତ୍ତୀର୍ଣ୍ଣ, ଯିଏ ଦେଶ ପାଇଁ କିଛି ବି କରିପାରେ। ତାଙ୍କ ପରିବାର କହିଲେ ପତ୍ନୀ କ୍ୟାଟ୍ରିନା ଓ ଗୋଟିଏ ପିଲା। ଅକ୍ଷୟଙ୍କୁ ଏକ ବଡ଼ ଆକ୍ରମଣ ବିଷୟରେ ସୂଚନା ମିଳୁଛି। ହେଲେ ଏହା ଭିତରେ ସେ ତାଙ୍କ ପିଲାକୁ ହରାଇ ଦେଉଛନ୍ତି। ଟ୍ରେଲରର ଶେଷ ଭାଗକୁ ରଣବୀର ସିଂହଙ୍କ ଏଣ୍ଟ୍ରି ହେଉଛି। ତେବେ ଦର୍ଶକଙ୍କ ପାଇଁ ଏହା କେବଳ ଗୋଟିଏ ସର୍‍ପ୍ରାଇଜ୍‍ ନୁହେଁ, ରଣବୀରଙ୍କ ପରେ ଅଜୟ ଦେବଗନ୍‍ଙ୍କର ମଧ୍ୟ ଜବରଦସ୍ତ ଏଣ୍ଟ୍ରି ହେଉଛି।

ଟ୍ରେଲର ରିଲିଜ୍‍ ହେବା ପରେ ସାମାଜିକ ଗଣମାଧ୍ୟମରେ ଦର୍ଶକଙ୍କ ବହୁତ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେହି କେହି ଏପରି ମଧ୍ୟ କହିଛନ୍ତି ଯେ, ଚଳଚ୍ଚିତ୍ର ସୁପର୍‍ହିଟ୍‍ ହେବ।

Comments are closed.