ସୁଶାନ୍ତ-ଦିଶା ମୃତ୍ୟୁ ମାମଲା ସହ ନାଁ ଯୋଡ଼ିବାରୁ ପଦକ୍ଷେପ ନେଲେ ସୁରଜ ପଞ୍ଚୋଲୀ; ଦାୟର କଲେ ଅଭିଯୋଗ

ମୁମ୍ବଇ: ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲାରେ ଅନେକ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଥିଲା। ସେମାନଙ୍କ ମଧ୍ୟରେ ଅଭିନେତା ସୁରଜ ପଞ୍ଚୋଲୀଙ୍କ ନାଁ ମଧ୍ୟ ସାମିଲ ଥିଲା। ଅନେକ ରିପୋର୍ଟରେ କୁହାଯାଇଥିଲା ଯେ, ଦିଶାଙ୍କ ମୃତ୍ୟୁ ପଛରେ ସୁରଜ ପଞ୍ଚୋଲୀଙ୍କ ହାତ ରହିଛି। ଏହିସବୁ ଅଭିଯୋଗ ବିରୋଧରେ ସୁରଜ ଭର୍ବୋସା ଥାନାରେ ମାମଲା ଦାୟର କରିଛନ୍ତି।

ସୂଚନା ଅନୁସାରେ, ଦିଶା ସାଲିୟାନ ଓ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତାଙ୍କ ନାଁକୁ ଯୋଡ଼ିଥିବା ବ୍ୟକ୍ତିଙ୍କ ବିରୋଧରେ ସୁରଜ ମାମଲା ଦାୟର କରିଛନ୍ତି। ଏଭଳି ମିଛ ଖବର ପ୍ରଚାର କରୁଥିବା ବ୍ୟକ୍ତିଙ୍କ ପାଇଁ ସେ ଚିନ୍ତିତ ହୋଇ ପ୍ରତାଡ଼ିତ ହେଉଛନ୍ତି ବୋଲି ସୁରଜ ଅଭିଯୋଗ କରିଛନ୍ତି। ଖବର ମୁତାବକ, ସୁରଜ କିଛି ୟୁଟ୍ୟୁବ ଚ୍ୟାନେଲ ଓ କିଛି ଲୋକଙ୍କ ବିରୋଧରେ ଏପରି ଅଭିଯୋଗ କରିଛନ୍ତି।

ସୁରଜଙ୍କ ଅଭିଯୋଗ ଅନୁସାରେ, ଏପରି ମିଥ୍ୟା ଖବର ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମେଣ୍ଟାଲ ହାରାସମେଣ୍ଟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଓ ତାଙ୍କ ବିରୁଦ୍ଧରେ ଯେଭିଯୋଗ କରୁଛନ୍ତି ସେମାନେ ତାକୁ ପ୍ରମାଣ କରି ଦେଖାନ୍ତୁ। ସୋମବାର ସେ ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Comments are closed.