ଓଡ଼ିଶା ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ସୋନି ଟିଭିର #ଉଇଥ ୟୁ ଓଡ଼ିଶା ଅଭିଯାନ

ଭୁବନେଶ୍ୱର : ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ ‘ଫନି’ ଦ୍ବାରା କ୍ଷତିଗ୍ରସ୍ତ ବିପନ୍ନଙ୍କ ପାଇଁ ବଲିଉଡ଼ ସହାୟତାର ହାତ ବଢ଼ାଇଛି । ଲୋକପ୍ରିୟ ତଥା ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ଅକ୍ଷୟ କୁମାର ଓଡ଼ିଶାର ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଠିକୁ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ତେବେ ଏ କ୍ଷେତ୍ରରେ ଆଉ କେଇପାଦ ଆଗେଇ ଯାଇ ସୋନି ଟିଭି #ଉଇଥ ୟୁ ଓଡ଼ିଶା ଅଭିଯାନ ଆରମ୍ଭ କରିଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ ବାସୁ ଓ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓଡ଼ିଶାର ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଠିକୁ ଦାନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି। ସେମାନଙ୍କ ସହିତ କପିଲ ଶର୍ମା ଏବଂ ଜାଭେଦ ଅଲ୍ଲୀ ମଧ୍ୟ ସାମିଲ ହୋଇଛନ୍ତି।
ସୋନି ଟିଭିରେ ପ୍ରସାରିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ବିଜ୍ଞାପନ ମାଧ୍ୟମରେ ଏହି ନାମୀଦାମୀ କଳାକାର ଲୋକଙ୍କୁ ମୁକ୍ତ ହସ୍ତରେ ଓଡ଼ିଶାର ପୁନଃନିର୍ମାଣ ପାଇଁ ଦାନ କରିବାକୁ କହୁଛନ୍ତି ।
ସୋନି ଟିଭି #ଉଇଥ ୟୁ ଓଡ଼ିଶା ଅଭିଯାନରେ କୃଷ୍ଣା ଅଭିଷେକ, ଅବୀର ସୋଫି, ପରିତୋଷ ତ୍ରିପାଠୀ, ନୀତିନ କୁମାର ଏବଂ ରାକୁଲ ପ୍ରୀତ ପ୍ରମୁଖ କଳାକାର ସାମିଲ ହୋଇଛନ୍ତି।

Comments are closed.