୫୦ ପ୍ରବାସୀ ଓଡ଼ିଆଙ୍କୁ ସହାୟତା ପାଇଁ ‘ସୋନୁ ସୁଦ୍’ଙ୍କ ନିବେଦନ

ମୁମ୍ବଇ : ଳକଡାଉନ୍ ସମୟରେ ବଲିଉଡ କଳାକାର ମାନେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଲୋକପ୍ରିୟ ଅଭିନେତା ସୋନୁ ସୁଦ୍ ପ୍ରବାସୀ ମାନଙ୍କୁ ନିଜ ଘରକୁ ପଠାଇବା ଏବଂ କରୋନା ଯୋଦ୍ଧାକୁ ସହାୟତା କରୁଛନ୍ତି । ମହାରାଷ୍ଟ୍ରରେ ଫସି ରହିଥିବା ୫୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି । ଏକ ଟ୍ବିଟ ବାର୍ତ୍ତାରେ ସେ କହିଛନ୍ତି ‘‘ ମହାରାଷ୍ଟ୍ରରେ ୫୦ ଜଣ ପ୍ରବାସୀ ଓଡ଼ିଆ ଫସି ରହିଛନ୍ତି । ସେମାନେ ନିଜ ନିଜର ଘରକୁ ଯିବାକୁ ଯିବାକୁ ଚାହୁଁଛନ୍ତି। ସେମାନେ ସମସ୍ତ ପ୍ରକାର ଚେଷ୍ଟା କରିଛନ୍ତି। ଏପରିକି ପୋଲିସ ଷ୍ଟେସନରେ ପଞ୍ଜୀକୃତ କରିଛନ୍ତି ।

କିନ୍ତୁ ଏପର୍ଯ୍ୟନ୍ତ କୌଣସି ସାହାଯ୍ୟ ସେମାନଙ୍କ ପାଖରେ ପହଞ୍ଚି ନାହିଁ । ସେମାନଙ୍କର ଟେଲିଫୋନ ନମ୍ବର ମଧ୍ୟ ଦିଆଯାଇଛି । ଆପଣ ଦୟାକରି ସେମାନଙ୍କୁ ସାହାଯ୍ୟ କରିପାରିବେ କି’’ ବୋଲି ଲୋକପ୍ରିୟ ଅଭିନେତା ସୋନୁ ସୁଦ୍ ତାଙ୍କ ଟ୍ବିଟରେ ନିବେଦନ କରିଛନ୍ତି ।

Comments are closed.