ସୋନୁ ଘୋଷକୁ ୨୦ ଦିନ ପାଇଁ ଅନ୍ତରୀଣ ଜାମିନ

ବ୍ରଜରାଜନଗର : ୨୦୧୯ ମସିହାରେ ଘଟିଥିବା ବହୁଚର୍ଚ୍ଚିତ ଅମିତ ଧଳ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ସୋନୁ ଓରଫ୍ କମଲେଶ ଘୋଷକୁ ୨୦ ଦିନ ପାଇଁ ଅନ୍ତରୀଣ ଜାମିନ ମିଳିଛି । ଗତ ୨୦ ତାରିଖ ସୋନୁଙ୍କ ସ୍ତ୍ରୀ ପ୍ରିୟା ଘୋଷ ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବାବେଳେ ୨୭ ତାରିଖ ଦିନ ମୃତ୍ୟୁବରଣ କରିଥିଲେ । ତେବେ ଗତ ୨୮ ତାରିଖ ଦିନ ସୋନୁ ଚୌଦ୍ବାର ଜେଲରୁ ସିଧା ବ୍ରଜରାଜନଗର ଇବ୍ ଘାଟ ସ୍ମଶାନ ପହଞ୍ଚି ପ୍ରିୟାଙ୍କ ଶବଦାହରେ ସାମିଲ ହୋଇଥିଲେ ଓ ସେହି ଦିନ ସଂଧ୍ୟାରେ ପୁଣି ଚୌଦ୍ବାର ଜେଲକୁ ପ୍ରତ୍ୟାବର୍ଦ୍ଧନ କରିଥିଲେ । ତେବେ ପତ୍ନୀର ବିୟୋଗ ଯୋଗୁଁ ସୋନୁ ମାନ୍ୟବର ହାଇକୋର୍ଟଙ୍କ ପାଖରେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ । ଗତ ୩ ତାରିଖ କୋର୍ଟ ଏହାର ଶୁଣାଣି କରି ୨୦ ହଜାର ଟଙ୍କା ଏବଂ ୨ ଜାମିନଦାରଙ୍କ ମୁଚୁଳିକାରେ ସୋନୁକୁ ଅନ୍ତାରୀଣ ଜାମିନ ମଞ୍ଜୁର କରିଛନ୍ତି । ସେପଟେ କମିଲେସ ଓରଫ୍ ସୋନୁ ଘୋଷ ଆଜି ସଂଧ୍ୟା ୭ଟାରେ ବ୍ରଜରାଜନଗର ବାସଭବନରେ ପହଂଚିଥିବା ସୂଚନା ମିଳିଛି ।

Comments are closed.