ପୁଲିସ ଇନ୍ସପେକ୍ଟର କାର୍‍ ଦୁର୍ଘଟଣା ମାମଲା, ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଳାଉଥିଲେ ଡ୍ରାଇଭର

ଡେସ୍କ: ପୁଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ କାର୍‍ ଦୁର୍ଘଟଣା ମାମଲାରେ କାର୍‍ ଚଳାଉଥିବା ଡ୍ରାଇଭର ଅଜୟ ଜେଠୀଙ୍କ ଡ୍ରାଇଭିଂ ଲାଇସେନ୍ସ ନଥିଲା ବୋଲି ସୋନପୁର ଏସପି କହିଛନ୍ତି। ଏମଭି ଆକ୍ଟରେ ମାମଲା ରୁଜ୍ଜୁ ହେବା ସହ ଅଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସେ କହିଛନ୍ତି।

ସୂଚନା ଯୋଗ୍ୟ, ଗତ ୧୨ ତାରିଖ ସକାଳେ ସୋନପୁର ଜିଲ୍ଲା ଖାରୀଗାଁ ନିକଟବର୍ତି ବଡବାହାଲି ଛକରେ ପୁଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀଙ୍କ କାର୍‍ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଏକ ଅଟୋରିକ୍ସାକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିଲେ।

Comments are closed.