ମହିଳାଙ୍କ ବିରୋଧରେ ହିଂସା ବଢୁଥିବାରୁ ଜନ୍ମଦିନ ପାଳିବେନି ସୋନିଆ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚଳିତବର୍ଷ ନିଜର ଜନ୍ମଦିନ ପାଳିବେ ନାହିଁ। ଦେଶରେ ମହିଳାଙ୍କ ବିରୋଧରେ ହିଂସା ବୃଦ୍ଧି ପାଉଥିବାରୁ ଏଥିପ୍ରତି ଉଦବେଗ ଜଣାଇ ସୋନିଆ ଏହି ନିଷ୍ପତ୍ତି ନେଇଛନ୍ତି। ସୋମବାର ଅର୍ଥାତ ୯ ତାରିଖରେ ସୋନିଆ ୭୩ ବର୍ଷରେ ପାଦ ଦେବେ। ଦେଶର ବିଭିନ୍ନ ଅଞ୍ଚଳରେ ମହିଳାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯିବାର ଘଟଣା ଘଟୁଥିବାର ସୋନିଆ ଏଥିପାଇଁ ଦୁଃଖିତ ଅଛନ୍ତି। ଏହି କାରଣରୁ ସେ ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ହାଇଦ୍ରାବାଦରେ ପ୍ରାଣୀ ଚିକିତ୍ସିକାଙ୍କୁ ଗଣବଳାତ୍କାର ପରେ ପୋଡ଼ି ହତ୍ୟା କରାଯିବା ଏବଂ ଉତ୍ତରପ୍ରଦେଶର ଉନ୍ନାଓରେ ଅନ୍ୟ ଜଣେ ପୀଡ଼ିତାଙ୍କୁ ଅଭିଯୁକ୍ତ ଜାମିନରେ ଆସି ଜୀବନ୍ତ ଜାଳିଦେବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି।

Comments are closed.