ଜରୁରୀ ବୈଠକ ଡ଼ାକିଲେ ସୋନିଆ: ଶନିବାର ଦଳୀୟ ସାଂସଦଙ୍କ ସହ ଆଲୋଚନା

କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଦଳର ଲୋକସଭା ସାଂସଦଙ୍କ ସହ ଶନିବାର ଏକ ଜରୁରୀ ବୈଠକ କରିବେ । ଭିଡ଼ିଓ କନଫରେନ୍ସିଂରେ ଏହି ବୈଠକ ଅନୁଷ୍ଠିତ ହେବ ଏବଂ ଦେଶର ସାମ୍ପ୍ରତିକ ସ୍ଥିତି ନେଇ ଏଥିରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ସାମ୍ପ୍ରତିକ କରୋନା ସଂକ୍ରମଣ, ମୃତ୍ୟୁ, ଦେଶର ଆର୍ଥିକ ଅବସ୍ଥା ଏବଂ ଭାରତ-ଚୀନ ସୀମାରେ ସୃଷ୍ଟ ସ୍ଥିତିକୁ ନେଇ ସୋନିଆ ସାଂସଦମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

Comments are closed.