ସୋନିଆ ଗାନ୍ଧୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ରବିବାର ଦିଲ୍ଲୀସ୍ଥିତ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ ପ୍ରକାର ଅସୁସ୍ଥତା ଯୋଗୁ ତାଙ୍କୁ ଡାକ୍ତରଖାନା ନିଆଯାଇଛି ସେ ସମ୍ପର୍କରେ ଅଧିକ ସୂଚନା ମିଳିପାରି ନାହିଁ। ସୋନିଆ ବର୍ତ୍ତମାନ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର ଅନ୍ତରୀଣ ଅଧ୍ୟକ୍ଷ ସମେତ ୟୁପିଏ(ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ) ଅଧ୍ୟକ୍ଷ ପଦବୀରେ ଅଛନ୍ତି।

Comments are closed.