୨ବର୍ଷ ପରେ ସୋନିଆଙ୍କ ପ୍ରଥମ ନିର୍ବାଚନ ରାଲି

0

ବେଙ୍ଗାଲୁରୁ : ଦୀର୍ଘ ଦୁଇବର୍ଷ ପରେ ସୋନିଆ ଗାନ୍ଧି କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ମଙ୍ଗଳବାର ସୋନିଆ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ଦଳୀୟ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ବିଜୟପୁରାରେ ନିର୍ବାଚନ ରାଲିରେ ଯୋଗ ଦେଇ ସୋନିଆ ବିରୋଧୀ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିଲେ। ସୋନିଆ କହିଥିଲେ ମୋଦି ଜଣେ ଅସହିଷ୍ଣୁ। ତାଙ୍କର ନୀତି ଗରିବଙ୍କୁ ଭୋକିଲା ରଖିଛି। ମୋଦି ଜଣେ କଳାକାର ଭଳି ଭଲ ଭାଷଣ ଦେଉଛନ୍ତି; ମାତ୍ର ତାଙ୍କର ଏହି ଭାଷଣ ଗରିବଙ୍କ ଭୋକିଲା ପେଟ ଭରିପାରିବ ନାହିଁ। ଦେଶବାସୀଙ୍କ ପାଇଁ ଭଲ ଦିନ (ଅଚ୍ଛେ ଦିନ) ଆଣିବାର ପ୍ରତିଶ୍ରୁତି ଦେଇ ମୋଦି କ୍ଷମତାକୁ ଆସିଥିଲେ; ମାତ୍ର ଏହି ଭଲ ଦିନ ଆଣିବାରେ ମୋଦି ବିଫଳ ହୋଇଛନ୍ତି।
ସୋନିଆ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକକୁ ପ୍ରତାରିତ କରିଛନ୍ତି। ଦେଶର ଯେଉଁ ସବୁ ରାଜ୍ୟ ମରୁଡିର ସମ୍ମୁଖୀନ ହୋଇଥିଲେ ସେହିସବୁ ରାଜ୍ୟକୁ କେନ୍ଦ୍ର ସରକାର କ୍ଷତିପୂରଣ ଦେଇଥିଲେ; ମାତ୍ର କର୍ଣ୍ଣାଟକ ମରୁଡିର ସମ୍ମୁଖୀନ ହୋଇଥିବାବେଳେ ଏହାକୁ କୌଣସି କ୍ଷତିପୂରଣ ଦିଆଯାଇ ନାହିଁ। ଏହା କ’ଣ ମୋଦିଙ୍କର ‘ସବ କା ସାଥ ସବ୍‌ କା ବିକାଶ’ ବୋଲି ସୋନିଆ ପ୍ରଶ୍ନ କରିଛନ୍ତି।

Leave A Reply