ଅଙ୍ଗନୱାଡି କେନ୍ଦ୍ରରେ ଗରମ ପାଣି ପଡି ଶିଶୁ ଗୁରୁତର ହେବା ଘଟଣା; ଅଙ୍ଗନୱାଡି କର୍ମୀ ଓ ସହାୟିକା ବହିଷ୍କୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲାର ଏକ ଅଙ୍ଗନୱାଡି କେନ୍ଦ୍ରରେ ଗରମ ପାଣି ପଡି ଶିଶୁ ଗୁରୁତର ହେବା ଘଟଣାରେ ଅଙ୍ଗନୱାଡୀ କର୍ମୀ ଓ ସହାୟିକାଙ୍କୁ ବହିଷ୍କୃତ କରାଯାଇଛି। ଏହାସହ ସୁପରଭାଇଜରଙ୍କୁ ମଧ୍ୟ ଜିଲା ପ୍ରଶାସନ ନିଲମ୍ବନ କରିଛି। ଗରମ ପାଣି ପଡି ଗୁରୁତର ହୋଇଥିବା ଶିଶୁ ବର୍ତ୍ତମାନ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖ ଦିନ ଜଟିଆପାଲି ଅଙ୍ଗନୱାଡି କେନ୍ଦ୍ରରେ ଜଣେ ଶିଶୁ ଉପରେ ଗରମ ପାଣି ପଡିଯାଇଥିଲା। ଶିଶୁକୁ ଉଦ୍ଧାର କରାଯାଇ ପ୍ରଥମେ ସୋନପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Comments are closed.