ମୁକ୍ତିଲାଭ କଲା ‘ଶୋନଚିଡିଆ’ର ଟିଜର

0

ନୂଆଦିଲ୍ଲୀ : ଶୁକ୍ରବାର ମୁକ୍ତିଲାଭ କରିଛି ଚଳଚ୍ଚିତ୍ର ‘ଶୋନଚିଡିଆ’ର ଟିଜର। ଏହି ଚଳଚ୍ଚିତ୍ରର ଟିଜରରେ ସୁଶାନ୍ତ ସିଂ ରାଜପୁତ, ମନୋଜ ବାଜପେୟୀ, ଭୂମି ପେଦନେକର, ରଣବୀର ଶୌରୀଙ୍କ ଭଳି କଳାକାର ନଜର ଆସିଛନ୍ତି। ମଧ୍ୟପ୍ରଦେଶର ଚମ୍ବଲ ଡାକୁଙ୍କ ଉପରେ ଚଳଚ୍ଚିତ୍ରର କାହାଣୀଟି ଗତିଶୀଳ ହୋଇଛି। ଏହି ଚଳଚ୍ଚିତ୍ରରେ ନିର୍ଦେଶନା ଭାର ତୁଲାଇଛନ୍ତି ଅଭିଷେକ ଚୌବେ। ‘ଶୋନଚିଡିଆ’ରେ ସୁଶାନ୍ତ ସିଂ ପ୍ରଥମ ଥର ପାଇଁ ଏକ ଡାକୁ ଚରିତ୍ରରେ ନଜର ଆସିଛନ୍ତି। ୨୦୧୯ମସିହା ଫେବୃୟାରୀ ୦୮ରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର।

Leave A Reply