ମହିଳା ସରପଞ୍ଚ ପ୍ରାର୍ଥୀଙ୍କ ପୁଅ ନିଖୋଜ !

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ପଙ୍ଗାରସିଂହ ପଞ୍ଚାୟତରେ ସରପଞ୍ଚ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ନିରୂପମା ମହାପାତ୍ରଙ୍କ ପୁଅ ପ୍ରତାପ ମହାପାତ୍ର ଶୁକ୍ରବାର ସକାଳୁ କେଉଁଆଡ଼ୁ ନିଖୋଜ ହୋଇଯାଇଥିବାର ବାଘମାରୀ ଥାନାରେ ଅଭିଯୋଗ ହୋଇଛି । କିନ୍ତୁ ତାଙ୍କର ନିଖୋଜ ଘଟଣାକୁ ନେଇ ବିଭିନ୍ନ ମହଲରେ ବିଭିନ୍ନ କଥା ଆଲୋଚନା ହେଉଛି । ସରପଞ୍ଚ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ଅନ୍ୟ ଜଣେ ପ୍ରାର୍ଥୀ ତାଙ୍କୁ ଅପହରଣ କରିନେଇଥିବାର ଶୁଣିବାକୁ ମିଳୁଛି । ପୁଲିସ ଅଭିଯୋଗ ପାଇ ତାଙ୍କର ମୋବାଇଲ ଟ୍ରାକିଂ କରି ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛି ।

Comments are closed.