ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ ; ସାମାନ୍ୟ ବଚସାରୁ ମାଆକୁ ହାଣି ହତ୍ୟା କଲା

ବାଲେଶ୍ୱର: ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ମିରିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ମାଆକୁ ଖଣ୍ଡାରେ ହାଣି ହତ୍ୟା କରିଛି ପୁଅ।

ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ରଘୁନାଥ ଶିଅଳଙ୍କ ସାନ ପୁଅ ଜଗବନ୍ଧୁ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ମାଆ ମଣି ଶିଅଳଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବାପା ଓ ଭଉଣୀଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା ଜଗବନ୍ଧୁ। ଏହାଦେଖି ବାପା ଓ ଭଉଣୀ ଭୟଭୀତ ହୋଇ ଗାଁ ଭିତରକୁ ପଳାଇଥିଲେ। ପରେ ଜଗବନ୍ଧୁ ନିଜ ମାଆକୁ ଠେଙ୍ଗାରେ ପିଟିବା ସହ ଖଣ୍ଡାରେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ମାଆ ମଣି ଶିଅଳଙ୍କର ମୃତ୍ୟୁ ହୋଇଥିଲା। କିଛି ସମୟ ପରେ ପରିବାର ଲୋକ ଘରକୁ ଫେରି ମଣି ଶିଅଳଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖଇରା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ମୃତଦେହ ଜବତ କରିଛି।

Comments are closed.