ଘରୋଇ କଳହର କରୁଣ ପରିଣତି, ବାପାର ଠେଙ୍ଗାମାଡରେ ପୁଅ ମୃତ

0

ଯାଜପୁର: ଘରୋଇ କଳହର କରୁଣ ପରିଣତି । ଯାଜପୁର ସଦର ଥାନା ପଦନ ଗ୍ରାମରେ ବାପାର ଠେଙ୍ଗା ମାଡରେ ପୁଅର ମୃତ୍ୟୁ ଘଟିଛି । ମୃତ ପୁଅଙ୍କ ନାମ ହେଲା ଉପେନ୍ଦ୍ର ବେହେରା ଓ ଅଭିଯୁକ୍ତ ବାପା ହେଲେ ବିଦ୍ୟାଧର ବେହେରା । ନିଶାଶକ୍ତ ଅବସ୍ଥାରେ ପୁଅ ଉପେନ୍ଦ୍ର ବିଦ୍ୟାଧରଙ୍କୁ ପ୍ରଥମେ ଆକ୍ରମଣ କରିଥିଲା। ଏହାର ପ୍ରତି ଆକ୍ରମଣରେ ଉପେନ୍ଦ୍ରଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତ ବାପାଙ୍କୁ ଗିରଫ କରିବା ସହ ପୁଅର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନାଯୋଗ୍ୟ, ଆଜି ସକାଳ କୌଣସି କଥାକୁ ନେଇ ବାପା ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୁଅ ଉପେନ୍ଦ୍ର ବେହରା ନିଶାସକ୍ତ ଅବସ୍ଥାରେ ପରିବାର ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବାପା ବିଦ୍ୟାଧରଙ୍କୁ ଏକ କାଠଫାଳିଆରେ ପିଟିଥିଲେ। ଫଳରେ ବିଦ୍ୟାଧରଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏତିରେ ବିଦ୍ୟାଧର ଉତକ୍ଷିପ୍ତ ହୋଇ  ଉପେନ୍ଦ୍ରଠାରୁ ସେହି କାଠ ଫାଳିଆକୁ ଛଡ଼ାଇ ଆଣି ତାଙ୍କୁ ପିଟିଥିଲେ । ଏଥିରେ ଉପେନ୍ଦ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

Leave A Reply