ବାପାକୁ ଛୁରୀରେ ଆକ୍ରମଣ ଉଦ୍ୟମ ଅଭିଯୋଗରେ ପୁଅ ଗିରଫ

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଆଦିପୁର ଗ୍ରାମରେ ବାପାକୁ ଛୁରୀରେ ଆକ୍ରମଣ କରିବା ଉଦ୍ୟମ ଅଭିଯୋଗରେ ବୁଗୁଡ଼ା ପୋଲିସ ପୁଅକୁ ଗିରଫ କରି ଶନିବାର ଦିନ କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ପୁଅ ଜଣକ ହେଲେ ଆଦିପୁର ଗ୍ରାମର ଚକ୍ରଧର ନାୟକ। ବାପାଙ୍କ ଅଭିଯୋଗ କ୍ରମେ ବୁଗୁଡ଼ା ଥାନାରେ ଏନେଇ କେସ୍ ନଂ ୪୬/୨୧ରେ ଏକ ମାମଲା ରୁଜୁ ହୋଇଛି।

ପ୍ରକାଶ ଯେ, ଆଦିପୁର ଗ୍ରାମରେ ପରମାନନ୍ଦ ନାୟକଙ୍କ ପୁଅ ଚକ୍ରଧର ବାହାଘର ପରେ କିଛି ବର୍ଷ ହେଲା ଅଲଗା ରହି ଚଳୁଥିଲେ। ବାପା ତାଙ୍କ ଝିଅକୁ ଅନ୍ୟତ୍ର ବିବାହ ଦେବା ପାଇଁ ଅର୍ଥର ଆବଶ୍ୟକତା ପଡିବାରୁ ଜମି ବିକ୍ରି କରିବାକୁ ଯୋଜନା କରିଥିଲେ। ଏଥିରେ ପୁଅ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ଗୁରୁବାର ରାତିରେ ପାଟିତୁଣ୍ଡ ଓ ଯୁକ୍ତିତର୍କ ହୋଇଥିଲା। ଶେଷରେ ପୁଅ ବାପାକୁ ଛୁରୀରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏନେଇ ବାପା ଶୁକ୍ରବାର ଦିନ ଥାନାରେ ଅଭିଯୋଗ କରିଥିଲେ।

Comments are closed.