ପଶ୍ଚିମବଙ୍ଗ ପିସିସି ସଭାପତି ସୋମେନ ମିତ୍ରଙ୍କ ପରଲୋକ

 ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ସୋମେନ ମିତ୍ର ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ତାଙ୍କୁ ୭୮ ବର୍ଷ ହୋଇଥିଲା । ସେ ଚଳିତ ମାସରେ ହୃଦ୍ ଓ ଯକୃତ ରୋଗ​‌ରେ ପୀଡ଼ିତ ହୋଇ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲା । ଗତକାଲି ରାତି ୧.୩୦ରେ ତାଙ୍କର ପୁନଃ ହୃଦଘାତ ହୋଇଥିଲା ।

ସୋମେନ ମିତ୍ର ୧୯୭୨ ମସିହାରୁ ୨୦୦୬ ମସିହା ପର୍ଯ୍ୟନ୍ତ ସିଲଦାହ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ଲଗାତାର ନିର୍ବାଚିତ ହୋଇଥିଲେ । କ୍ରମାଗତ ୭ଥର ବିଧାୟକ ହୋଇଥିବା ସୋମେନ ୨୦୦୮​‌ରେ କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ଓ ସାଂସଦ ରୂପେ ନିର୍ବାଚିତ ହୋଇଥିଲେ । ମାତ୍ର ଏହାପରେ ସେ ପୁଣି କଂଗ୍ରେସ ପ୍ରତ୍ୟାବର୍ତନ କରିଥିଲେ ଏବଂ ୨୦୧୮ରୁ ପିସିସି ସଭାପତି ଭାବରେ ନିଯୁକ୍ତି ପାଇଥିଲେ ।

Comments are closed.