ଏନଆଇଟି ପରିସରରେ ପ୍ରତିରୋପଣ କରାଯାଇଥିବା ୫୦ବର୍ଷରୁ ଅଧିକ ପୁରୁଣା ବୃକ୍ଷରେ କଁଅଳିଲା ନୂଆ ପତ୍ର

ଭୁବନେଶ୍ୱର : ଜାତୀୟ ପ୍ରଯୁକ୍ତି ସଂସ୍ଥାନ ଏନଆଇଟି ପରିସରରେ ବୃକ୍ଷ ପ୍ରତିରୋପଣ କାର୍ଯ୍ୟକ୍ରମ ସଫଳ ହୋଇଥିବା ଦେଖିବାକୁ ମିଳିଛି।  ୫୦ବର୍ଷରୁ ଅଧିକ ପୁରୁଣା ପ୍ରାୟ ୧୫ଟି ଗଛକୁ ହାରାହାରି ୧୦୦ ମିଟର ଦୂରକୁ ଘୁଞ୍ଚାଯାଇ ସେପ୍ଟେମ୍ବର ମାସରେ ପ୍ରତିରୋପଣ କରାଯାଇ ଯତ୍ନ ନିଆ ଯାଉଥିଲା ।  ଇତିମଧ୍ୟରେ ଅଧିକାଂଶ ଗଛରେ ନୂଆ ଡାଳ ପତ୍ର କଁଅଳିଥିବା ଦେଖିବାକୁ ମିଳିଛି। ବନ ବିଭାଗ ସହାୟତାରେ ହୋଇଥବା ଏହି ବୃକ୍ଷ ପ୍ରତିରୋପଣ କାର୍ଯ୍ୟକ୍ରମ ମୋଟାମୋଟି ସଫଳ ହୋଇଥିବା ବିଶ୍ୱାସ କରାଯାଉଛି।

Comments are closed.