ୟୁକ୍ରେନ ଯାତ୍ରୀବାହୀ ବିମାନ ଦୁର୍ଘଟଣା – ୩୦ ଗିରଫ

ଡେସ୍କ: ଇରାନରେ ଘଟିଥିବା ୟୁକ୍ରେନ ଯାତ୍ରୀବାହୀ ବିମାନ ୟୁଆଇଏ ୭୫୨ ଦୁର୍ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ଇରାନ ସରକାର ଗିରଫ କରିବା ଆରମ୍ଭ କରିଛନ୍ତି। ସେଠାକାର ଜଣେ ନ୍ୟାୟିକ ମୁଖପାତ୍ର ଘୋଲାମ ହୋସେନ ଇସ୍ମାଇଲ କହିଛନ୍ତି, ୟୁକ୍ରେନ ଯାତ୍ରୀବାହୀ ବିମାନ ଦୁର୍ଘଟଣା ପାଇଁ ଦାୟୀ ରହିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ ହୋଇଛି। ଅଲ ଆରବୀୟ ସମ୍ବାଦ ସଂସ୍ଥା କହିଛି, ଏହି ଘଟଣାରେ ଇତି ମଧ୍ୟରେ ଏହି ଘଟଣା ସହ ସମ୍ପୃକ୍ତ ୩୦ ଜଣଙ୍କୁ ଗିରଫ କରାଯାଇଛି।

ଇରାନ ରାଷ୍ଟ୍ରପତି ହାସନ ରୋହାନୀ ଦେଶବାସୀଙ୍କ ସମ୍ବୋଧନ କରି କହିଛନ୍ତି ଯେ ୟୁକ୍ରେନ ଯାତ୍ରୀବାହୀ ବିମାନକୁ ଅନିଚ୍ଛାକୃତ ଭାବେ କ୍ଷେପଣାସ୍ତ୍ର ମାଡ କରିଥିବା ଲୋକଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଏଭଳି ତ୍ରୁଟି ଆଉ ହେବ ନାହିଁ ବୋଲି ହାସନ ରୋହାନୀ କହିଛନ୍ତି। ଏହି ବିମାନ ଦୁର୍ଘଟଣାରେ ୧୭୬ ଯାତ୍ରୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି।

Comments are closed.