ଜାଣନ୍ତୁ ଜାପାନ ବିଷୟରେ କିଛି ରୋଚକ ତଥ୍ୟ

ଟୋକିଓ : ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୬୫ ବର୍ଷ ବୟସ୍କ ଆବେ ଦୀର୍ଘ ଦିନ ଧରି ପେଟ ରୋଗ ସହ ସଂଘର୍ଷ କରିଆସୁଥିଲେ। ସେ ପୂର୍ବରୁ ଦୁଇଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏମିତି କିଛି ରୋଚକ ପୂର୍ଣ୍ଣ ତଥ୍ୟ ରହିଛି ଜାପାନ ଦେଶ ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ।

Image Courtesy: Amar ujala

ଜାପାନ ଏକ ପ୍ରାଚୀନ ଦେଶ। ତାର ରୀତିନୀତି ଏବଂ ପରମ୍ପରା ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର। ଯେପରି ଆମ ଦେଶରେ ନମସ୍କାର କରି ଅଭିବାଦନ କରିଥାଉ।  ସେହିପରି ଜାପାନ ପରମ୍ପରା ଅନୁଯାୟୀ ସେମାନଙ୍କ ତାଙ୍କ ସାମ୍ନାରେ ଥିବା ଲୋକକୁ ଅଭିବାଦନ ଦେବା ବେଳେ ନିଜ ମୁଣ୍ଡକୁ ନୁଆଇଁ ଜଣାଇଥାନ୍ତି। ଜଣଙ୍କୁ ଅଧିକ ସମ୍ମାନ ଜଣାଇବାକୁ ହେଲେ ସେଠାରେ ଅଧିକ ନମ୍ରଭାବରେ ସମ୍ନାଲୋକ ପ୍ରତି ମୁଣ୍ଡ ନାଆଇଁ ଜଣାଇଥାନ୍ତି। ସେ ଯେତେ ପ୍ରତିଷ୍ଠିତ କିମ୍ବା ସମ୍ମାନଜନକ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ସେ ସାମ୍ନାରେ ଥିବା ବ୍ୟକ୍ତିଙ୍କ ଅଭିବାଦନ ଜଣାଇବା ବେଳେ ନିଜକୁ ନୁଆଇଁଥାନ୍ତି।

ଜାପାନର ଲୋକମାନେ ସ୍ୱଚ୍ଛତା ବିଷୟରେ ବହୁତ ସଚେତନ। ବିଦ୍ୟାଳୟରେ ଉଭୟ ଛାତ୍ର ଏବଂ ଶିକ୍ଷକମାନେ ମିଳିତ ଭାବରେ ଶ୍ରେଣୀଗୃହ ସଫା କରିଥାନ୍ତି। ଏଠାକାର ଲୋକମାନଙ୍କର ଦୀର୍ଘାୟୁ ହୋଇଥାନ୍ତି। ଜାପାନର ହାରାହାରି ବୟସ ୮୨ ବର୍ଷ। ଯାହା ସମସ୍ତ ଦେଶର ହାରାହାରି ଠାରୁ ଅଧିକ।

ଜାପାନର ଲୋକମାନେ ସମୟାନୁବର୍ତ୍ତୀ ଅଟନ୍ତି। ଠିକ୍ ସମୟରେ କୌଣସି କାର୍ଯ୍ୟ କରିବା ପାଇଁ ଏଠାରେ ଥିବା ଲୋକମାନେ ସମଗ୍ର ବିଶ୍ୱରେ ଜଣାଶୁଣା। କେବଳ ଏତିକି ନୁହେଁ, ଜାପାନରେ ଚାଲୁଥିବା ଟ୍ରେନ୍ ଗୁଡିକ ମଧ୍ୟ ୩୦ ସେକେଣ୍ଡରୁ ଅଧିକ ବିଲମ୍ବ କରି ନ ଥାନ୍ତି।

ଜାପାନରେ ଉଚ୍ଚ ସ୍ୱରରେ କହିବା କିମ୍ବା ସର୍ବସାଧାରଣ ସ୍ଥାନରେ ଜିନିଷକୁ ଶୁଙ୍ଘିବା ଅଭଦ୍ର ବୋଲି ଧରାଯାଏ। କେବଳ ଏତିକି ନୁହେଁ, ଦୁଇ ଜଣ ଏକାଠି ହାତ ଧରି ଏକାଠି ଚାଲିବା ମଧ୍ୟ ଭଲ ବୋଲି ବିବେଚନା କରାଯାଏ ନାହିଁ । ଜାପାନରେ, ଲୋକମାନେ ନୂଆ ବର୍ଷକୁ ମଧ୍ୟ ନିଆର ଢଙ୍ଗରେ ପାଳନ କରିଥାନ୍ତି। ପ୍ରଥମେ ମନ୍ଦିରକୁ ଯାଇ ୧୦୮ ଥର ଘଣ୍ଟି ବଜାନ୍ତି।

ଜାପାନରେ ମଧ୍ୟ ଏକ ନିୟମ ଅଛି, ଯାହା ଅଧୀନରେ ପିଲାମାନଙ୍କୁ ୧୦ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ପ୍ରକାରର ପରୀକ୍ଷା ଦେବାକୁ ପଡିବ ନାହିଁ। ଏହି ୧୦ ବର୍ଷରେ ସେମାନଙ୍କୁ ପିଲାଦିନର ଜୀବନକୁ ଉପଭୋଗ କରିବାର ସୁଯୋଗ ଦିଆଯାଏ ।

Comments are closed.