ପଶ୍ଚିମା-ଝଡ ପ୍ରଭାବରେ ଓଡ଼ିଶାର କିଛି ଜିଲାରେ ଲାଗି ରହିଛି ବର୍ଷା

ଭୁବନେଶ୍ୱର: ପଶ୍ଚିମା-ଝଡ ପ୍ରଭାବରେ ଓଡ଼ିଶାର କିଛି ଜିଲାରେ ବର୍ଷା ଲାଗିରହିଛି। ଭାରତୀୟ ପାଣିପାଗ ବିଭାଗ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲାର କୋଟଗଡରେ ୩୮ ମିଲିମିଟର ଏବଂ କଳାହାଣ୍ଡିର ଲାଞ୍ଜିଗଡରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିଭଳି ନୂଆପଡାରେ ୨୩, ନବରଙ୍ଗରପୁର ଜିଲା ରାଏଘରରେ ୨୧, କଳାହାଣ୍ଡି ଜିଲା ଭବାନିପାଟଣାରେ ୨୦ ମିଲିମିଟର, ଜୁନାଗଡରେ ୧୩ ମିଲିମିଟର ଏବଂ ନୂଆପଡା ଜିଲା ସିନାପାଲ୍ଲିରେ ୧୧.୩ ମିଲିମିଟର ବର୍ଷା ହୋଇଛି।

Comments are closed.