୬୦୩ ଆମେରିକୀୟ ଅଧିକାରୀଙ୍କ ମୃତ୍ୟୁ ପାଇଁ ସୋଲେମାନି ଦାୟୀ – ଆମେରିକା

ୱାସିଂଟନ ଡିସି: ଇରାନ୍‍ର ରିଭଲ୍ୟୁସନାରୀ ଗାର୍ଡସ୍‍ କମାଣ୍ଡର ଜେନେରାଲ୍‍ କାସେମ ସୋଲେମାନି ଇରାକରେ କାର୍ଯ୍ୟରତ ୬୦୩ ଜଣ ଆମେରିକୀୟ ଅଧିକାରୀ ଏବଂ ହଜାର ହଜାର ସଂଖ୍ୟକ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି କହିଛି। ୨୦୦୩ରୁ ୨୦୧୧ ମଧ୍ୟରେ ଇରାକରେ ପ୍ରାୟ ୧୭ ପ୍ରତିଶତ ଅଧିକାରୀଙ୍କୁ ସୋଲେମାନି ଓ ତାର ରିଭଲ୍ୟୁସନାରୀ ଗାର୍ଡସ୍‍ ହତ୍ୟା କରିଥିବା ଆମେରିକାର ଗୃହ ବିଭାଗ ଟ୍ୱିଟ କରିଛି। ସେହିପରି ଅନ୍ୟ ଏକ ଟ୍ୱଇଟରେ କୁହାଯାଇଛି ଯେ ସୋଲେମାନି ଏବଂ ଅବୁ ମହଦୀ ଅଲ ମୁହାଁଦିଶ ଦୁର୍ନୀତି ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଇରାକର ବିକ୍ଷୋଭକାରୀଙ୍କୁ ହତ୍ୟା କରିଛନ୍ତି।

ପୂର୍ବରୁ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିଥିଲେ ଯେ ସୋଲେମାନିକୁ ହତ୍ୟା କରିବା ସେଠାରେ ଛାୟା ଯୁଦ୍ଧ ଶେଷ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଅନ୍ୟ ପକ୍ଷରେ ଇରାନ ସୋଲେମାନିର ମୃତ୍ୟୁ ପରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରୁଛି। ସେଠାକାର ସର୍ବୋଚ୍ଚ ଶାସକ ଆୟତୁଲ୍ଲା ଖାମିନି ଆମେରିକା ଉପରେ ଭୟଙ୍କର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Comments are closed.