ଗଲଭାନ ଘାଟିରେ ଭାରତ ଓ ଚୀନ ସଂଘର୍ଷ :  ଓଡିଶାରୁ ଜଣେ ସହିଦ

ଭୁବନେଶ୍ବ: ପୂର୍ବ ଲଦାଖ ଗଲଭାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ସୋମବାର ରାତିରେ ଘଟିଥିବା ସଂଘର୍ଷରେ ସହିଦ ହୋଇଥିବା ୨୦ ଭାରତୀୟ ଯବାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ ସହିଦ ହୋଇଥିବା ସୂଚନା

ସୋବବାର ରାତିରେ ପୂର୍ବ ଲାଦାଖର ଗଲଭାନ ଘାଟିରେ ଦୁଇ ସେନା ମଧ୍ୟରେ ହିଂସ୍ର ଗଣ୍ଡଗୋଳ ଘଟିଥିଲା । ଗତ ମେ ପ୍ରଥମ ସପ୍ତାହରୁ ଚୀନର ପିପୁଲ୍ସ ଲିବରେସନ ଆର୍ମୀ (ପିଏଲ୍ଏ) ଅନୁପ୍ରବେଶ କରିବା ପରେ ଭାରତ ପକ୍ଷରୁ ସେନା ମୁତୟନ କରାଯାଇଥିଲା । ଗଲଭାନ ଘାଟିରେ ଏହି ଉତ୍ତେଜନା ସୋମବାର ରାତିରେ ଚରମସୀମାରେ ପହଞ୍ଚିଥିଲା । ଏବଂ ଦୁଇ ସେନା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

Comments are closed.