ସୂର୍ଯ୍ୟର ନିକଟତର  ହେଲା ନାସାର  ‘ପାର୍କର ସୋଲାର ପ୍ରୋବ’

0

ନ୍ୟୁୟର୍କ . – ସୂର୍ଯ୍ୟ ବିଷୟରେ ଅଧିକ ଗବେଷଣା ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ମହାକାଶକୁ ‘ପାର୍କର ସୋଲାର ପ୍ରୋବ’ ପ୍ରେରଣ କରିଛି । ମାନବ ନିର୍ମିତ ବସ୍ତୁ ଭାବେ ‘ପାର୍କର ସୋଲାର ପ୍ରୋବ’ ସୂର୍ଯ୍ୟର ସବୁଠାରୁ ନିକଟତର ହୋଇଛି ।

ସୋମବାରରେ ଏହା  ସୂର୍ଯ୍ୟର ସବୁଠାରୁ ନିକଟତର  ହୋଇଛି । ପୂର୍ବରୁ ଜର୍ମାନ ଓ ଆମେରିକାର ମିଳିତ ଉଦ୍ୟମରେ ନିର୍ମିତ ହେଲିଓ-୨ ମହାକାଶଯାନ ୧୯୭୬ ମସିହା ଅଗଷ୍ଟ ୧୨ ତାରିଖରେ ସୂର୍ଯ୍ୟଙ୍କର ସବୁଠାରୁ ନିକଟତର ହୋଇଥିଲା । ଏହା ପ୍ରତି ଘଣ୍ଟା ୨,୪୬,୯୬୦  କିଲୋମିଟର ବେଗରେ ଗତି କରିଥିଲା ।  ‘ପାର୍କର ସୋଲାର ପ୍ରୋବ’ ହେଲିଓସ୍‌ ୨ର ରେକର୍ଡକୁ ଅତିକ୍ରମ କରିଛି । ୨୦୨୪ ମସିହାରେ ‘ପାର୍କର ସୋଲାର ପ୍ରୋବ’ ନିଜର ରେକର୍ଡକୁ ଅତିକ୍ରମ କରିବ ବୋଲି ନାସା ପକ୍ଷରୁ କୁହାଯାଇଛି । ସେହି ସମୟରେ ଏହା ଘଣ୍ଟାକୁ ୪୩ହଜାର କିଲୋମିଟର ବେଗରେ  ଗତି କରିବ ।

Leave A Reply