୧୧ରେ ସୂର୍ଯ୍ୟୋପରାଗ

0

ନୂଆଦିଲ୍ଲୀ : ଲୋହିତ ଚନ୍ଦ୍ର ଦୃଶ୍ୟ ହେବାର ୧୫ ଦିନ ପରେ ଚଳିତ ମାସରେ ଆଉ ଏକ ମହାଜାଗତିକ ଘଟଣା ଘଟିବାକୁ ଯାଉଛି। ଅଗଷ୍ଟ ୧୧ (ଶନିବାର) ଆଂଶିକ ସୂର୍ଯ୍ୟୋପରାଗ ହେବ। ଏହା ଚଳିତବର୍ଷର ତୃତୀୟ ସୂର୍ଯ୍ୟୋପରାଗ। ଅପରାହ୍ଣ ୧ଟା ୩୨ ମିନିଟ୍‍ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପରାଗ ଲାଗି ରହିବ। ପରାଗ ବେଳେ ସୂର୍ଯ୍ୟର ପ୍ରାୟ ୬୫% ଅଂଶକୁ ଚନ୍ଦ୍ର ଆଚ୍ଛାଦିତ କରିବ। ଏହି ମହାଜାଗତିକ ଘଟଣା ୟୁରୋପର ଉତ୍ତର ଏବଂ ପୂର୍ବାଞ୍ଚଳ, ଉତ୍ତର ଆମେରିକାର ଉତ୍ତରାଞ୍ଚଳ, ଆଟଲାଣ୍ଟିକ ଏବଂ ଏସିଆର ଉତ୍ତର ଓ ପଶ୍ଚିମାଞ୍ଚଳକୁ ଦୃଶ୍ୟ ହେବ। ଏହା ୨୦୧୮ର ସବୁଠାରୁ ବେଶୀ ଦର୍ଶନୀୟ ସୂର୍ଯ୍ୟୋପରାଗ ବୋଲି କୁହାଯାଉଛି। ଖାଲି ଆଖିରେ ପରାଗ ନ ଦେଖିବା ନିମନ୍ତେ ମହାକାଶ ବିଜ୍ଞାନୀମାନେ ସତର୍କ ସୂଚନା ଦେଇଛନ୍ତି।

Leave A Reply