ଆରମ୍ଭ ହୋଇସାରିଛି ପରାଗ, ପାଗ ମେଘୁଆ ହେତୁ କେତେକ ସ୍ଥାନରେ ଲୋକେ ପରାଗ ଦେଖିବାରୁ ବଂଚିତ

ଭୁବନେଶ୍ୱର : ଆଜି ୨୦୨୦ ବର୍ଷର ସବୁଠାରୁ ବଡ଼ ସୂର୍ଯ୍ୟପରାଗ। ଭାରତ ବିଭିନ୍ନ ସ୍ଥାନରେ ଏହା ଦୃଶ୍ୟମାନ ହେବା ସହ ଓଡ଼ିଶାରେ ମଧ୍ୟ ପରାଗ ଆରମ୍ଭ ହୋଇଛି ଓ ଏଠାରେ ଏହା ଆଂଶିକ ଭାବେ ଦୃଶ୍ୟମାନ ହେଉଛି। ଏହା ଏକ ବଳୟ ଆକାରରେ ଦୃଶ୍ୟମାନ ହେଉଥିବା ସହ ବିଭିିନ୍ନ ସ୍ଥାନରେ ଲୋକେ ଏହା ଦେଖିବାକୁ ରହିଛନ୍ତି। ମାତ୍ର ଅନେକ ସ୍ଥାନରେ ଓ ରାଜଧାନୀ ଭୁବନେଶ୍ୱରରେ ପାଗ ମେଘୁଆ ରହିଥିବାରୁ ପଠାଣିସାମନ୍ତ ପ୍ଲାନିଟୋରିୟମରେ ଲୋକେ ଏହି ପରାଗ ଦେଖିବାରୁ ବଂଚିତ ରହିଛନ୍ତି ବୋଲି ସୂଚନା ମିଳିଛି। ଏହି ପରାଗ ସକାଳ ୧୦ଟା ୧୫ ରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୨ଟା୨୦ରେ ଶେଷ ହେବ।

 

Comments are closed.