ସୂର୍ଯ୍ୟପରାଗ ପରେ ଅବଶ୍ୟ କରନ୍ତୁ ଏହି କାର୍ଯ୍ୟ

ଆଜି ବର୍ଷର ଶେ​‌ଷ ସୂର୍ଯ୍ୟପରାଗ ଶେଷ ହୋଇ ସାରିଛି। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗ ଲାଗିବା ସମୟରେ କେତେକ କାର୍ଯ୍ୟ କରିବା ପାଇଁ ବାରଣ କରାଯାଏ। ସେହିପରି ସୂର୍ଯ୍ୟପରାଗ ଶେଷ ପରେ ମଧ୍ୟ ଏଭଳି କିଛି କାର୍ଯ୍ୟ ରହିଛି ଯାହାକୁ କରିବା ପାଇଁ ଜ୍ୟୋତିଷମାନେ ପରାମର୍ଶ ​‌ଦିଅନ୍ତି। ଯାହା ଦ୍ବାରା ଘରୁ ନକରାତ୍ମକ ପ୍ରଭାବ ଦୂର ହୋଇଥାଏ ବୋଲି ବିଶ୍ବାସ କରାଯାଏ।​‌

ଘରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ

ସୂର୍ଯ୍ୟପରାଗ ଶେଷ ହେବା ପରେ ଘରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ। ଏହା ଦ୍ବାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ।

ଠାକୁର ଘରେ ଥିବା ସମସ୍ତ ମୂର୍ତ୍ତି ବା ଫଟୋକୁ ଶୁଦ୍ଧ ଜଳରେ ସ୍ନାନ କରାନ୍ତୁ

ସୂର୍ଯ୍ୟପରାଗ ଶେଷ ହେବା ପରେ ମୂର୍ତ୍ତିକୁ ଗଙ୍ଗାଜଳରେ ସ୍ନାନ କରାନ୍ତୁ। ଦେବୀ-ଦେବତାଙ୍କ ନିକଟରେ ଧୂପ ଓ ଦୀପ ଜଳାନ୍ତୁ।

ସୂର୍ଯ୍ୟପରାଗ ପରେ ଶୁଦ୍ଧ ଭୋଜନ

ସୂର୍ଯ୍ୟପରାଗ ଶେଷ ହେବା ପରେ ଶୁଦ୍ଧ ଭୋଜନ ଗ୍ରହଣ କରନ୍ତୁ। ସୂର୍ଯ୍ୟ ପରାଗ ପୂର୍ବରୁ ହୋଇଥିବା ଖାଦ୍ୟକୁ ନଷ୍ଟ କରନ୍ତୁ ନାହିଁ। ସେଥିରେ ତୁଳସୀ ପତ୍ର ପକାଇ ଭୋଜନକୁ ଶୁଦ୍ଧ କରାନ୍ତୁ।

ସୂର୍ଯ୍ୟପରାଗ ପରେ ଦାନ ଓ ଧର୍ମ କରନ୍ତୁ

ସୂର୍ଯ୍ୟପରାଗ ପରେ ଅଭାବୀ ଲୋକଙ୍କୁ ନିଜ ସାମର୍ଥ୍ୟ ଅନୁଯାୟୀ ଦାନ କରନ୍ତୁ। ଏହା ଦ୍ବାରା ଉତ୍ତମ ଫଳ ପ୍ରାପ୍ତି ହୋଇଥାଏ।

Comments are closed.