କୃଷି ବିଭାଗ ପକ୍ଷରୁ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ଼ ତାଲିମ ଶିବିର

ତିଗିରିଆ :  ତିଗିରିଆ କୃଷି ବିଭାଗ ପକ୍ଷରୁ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଶୁକ୍ରବାର ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ଼ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ସହକାରୀ କୃଷି ଅଧିକାରୀ ଦେବୀ ପ୍ରସାଦ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୂପା ଦଳେଇ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ଗୌରହରି ପରିଡ଼ା, ବ୍ଲକ କୃଷି ଅଧିକାରୀ ମନୋଜ କୁମାର ଚୌଧୂରୀ, ସହକାରୀ କୃଷି ଅଧିକାରୀ ସ୍ମରଣିକା ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ। ବିଭାଗୀୟ ଅଧିକାରୀମାନେ କୃଷି କ୍ଷେତ୍ରରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ବିନିଯୋଗ କରିବାର ଉପାଦେୟତା ଏବଂ ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ମୃତ୍ତିକା ପରୀକ୍ଷା ଏବଂ ନମୁନା ସଂଗ୍ରହ, ସମନ୍ୱିତ ମୃତ୍ତିକା ପରିଚାଳନା, ଜୈବିକ ସାରର ପ୍ରୟୋଗ, ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ଼ର ବ୍ୟବହାର ଏବଂ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହରିଶରଣପୁର ଏବଂ ହାଟମାଳ ଗ୍ରାମର ୬୦ଜଣ ଅଗ୍ରଣୀ ଚାଷୀ ଅଂଶ ଗ୍ରହଣ କରିଥିଲେ।

Comments are closed.