ରାମ ମନ୍ଦିର ନିର୍ମାଣ ନିମନ୍ତେ ଦେବଗଡରୁ ପଠାଗଲା ପାଣି ଓ ମାଟି

ଦେବଗଡ: ଅଯୋଧ୍ୟାରେ ହେବାକୁଥିବା ଭବ୍ୟ ରାମ ମନ୍ଦିର ନିର୍ମାଣ ନିମନ୍ତେ ଆଜି ଦେବଗଡ ଜିଲାର ଏକ ଯୁବ ଗୋଷ୍ଠୀ ସ୍ଥାନୀୟ ପ୍ରଧାନପାଟ ଜଳ ପ୍ରପାତରୁ ଜଳ ଓ ମାଟି ସଂଗ୍ରହ କରି  ଅଯୋଧ୍ୟା ପଠାଇଥିବା ଜଣାପଡିଛି।

ଆଜି ପୂର୍ବାହ୍ନରେ ଯୁବନେତା ସୁଧିର କୁମାର ବ୍ରହ୍ମାଙ୍କ ସଂଯୋଜନାରେ ଦୟାଶଙ୍କର ଦ୍ୱିବେଦୀ, ପିଲୁ ରାଜେଶ ନାୟକ, ତ୍ରିନାଥ ଦାଶ, ବିଶ୍ୱଜିତ ଆଚାର୍ୟ୍ୟ, ଲୋକନାଥ ମିଶ୍ର, ରୁବୁନ ପ୍ରଧାନ, ବିକା ମୁଖି, ଶିବା ମୁଖି, ରୟାଲ ଶେଖର ସାହୁ, ଯଶୋବନ୍ତ କିସାନ ଓ ଡମ୍ବରୁ କିସାନ ପ୍ରମୁଖ ପ୍ରଧାନପାଟ ଜଳ ପ୍ରପାତକୁ ଯାଇ ସଠାରେ ବିଭିନ୍ନ ସ୍ଲୋଗାନ ଦେଇ ସମୁହ ବୁଡ ପକାଇ ଜଳ ପ୍ରପାତର ଜଳ ଓ ମାଟି ସଂଗ୍ରହ କରିଥିଲେ। ଏହାପରେ ଦେବଗଡର ସୁନା ଗହଣା ଦୋକାନୀ ପନୁ ସାହୁ ଓ ମନୋଜ ସ୍ୱର୍ଣ୍ଣକାରଙ୍କ ଦ୍ୱାରା ପ୍ରଦତ୍ତ ସୁକ୍ଷ୍ମ ରୂପା ଇଟା (ସକ୍ଷୁଦ୍ର ତଥା ସାଂକେତିକ)କୁ ମିଶାଇ ଅଯୋଧ୍ୟା ପଠାଇଥିବା ଜଣାପଡିଛି।

Comments are closed.