ଓମାନର ସୋହାରରେ ପ୍ରବାସୀ ଓଡ଼ିଆ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ସୋହାର(ଓମାନ୍) :  କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ ଅନୁସାରେ ଶନିବାର ଦିନ ଓମାନର ସୋହାରରେ ରହୁଥିବା ପ୍ରବାସୀ ଓଡ଼ିଆ ପରିବାର Zoom Cloud Meeting ଜରିଆରେ ଏକତ୍ରିତ ହୋଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ । ଭାରତୀୟ ସମୟ ସନ୍ଧ୍ୟା ୫: ୩୦ ତଥା ସେଠାକାର ସମୟ ଅପରାହ୍ନ ୪ ଟାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ଗାନ ସହିତ ସମସ୍ତଙ୍କ ଆରୋଗ୍ୟ କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ଏବଂ ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା ।

ସୂଚନା ଯୋଗ୍ୟ ଓମାନ ମଧ୍ୟ କରୋନା ସଂକ୍ରମଣରେ ପ୍ରଭାବିତ । ସେଠାରେ ମଧ୍ୟ କିଛି କୋହଳ ସହିତ ଲକଡାଉନ ଜାରି ହୋଇଛି । ଅନେକ ଭାରତୀୟ ତଥା ପ୍ରବାସୀ ଓଡ଼ିଆ ସେଠାରେ ବସବାସ କରୁଛନ୍ତି ।

Comments are closed.