ସୋହାର୍ ଓଡ଼ିଆ ସମାଜ ପକ୍ଷରୁ ଶୀତକାଳୀନ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ସୋହାର(ଓମାନ) : କଥାରେ ଅଛି ଆମେ ଓଡ଼ିଆ ଭାରି ବଢ଼ିଆ। ଯେଉଁଠି ଥିଲେ ମଧ୍ୟ ଆମେ କେବେ ଆମର ସଂସ୍କୃତି ଓ ପରମ୍ପରାକୁ ଭୁଲି ନ ଥାଉ। ସେହିପରି ଏମାନେ ମଧ୍ୟ ଏଧିରୁ ବାଦ ପଡିବେ କିପରି।  ଓମାନର ସୋହାର୍ ସହରରେ ଓଡ଼ିଆ ସମାଜ ପକ୍ଷରୁ ଚଳିତ ବର୍ଷର ଶୀତ କାଳିନ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗତ ୨୭ ତାରିଖରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦେଶରେ ରହି ଓଡ଼ିଆ ପରମ୍ପରା ଓ ସଂସ୍କୃତିକୁ ଭୁଲି ନ ଥିବା ଏହି ଓଡ଼ିଆମାନେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।ଶୀତର ଆଗମନରେ ଏହି ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା।

 

କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏକ କ୍ରିକେଟ ମ୍ୟାଚ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା। ମଧ୍ୟାହ୍ନ ଭୋଜନ ପରେ ବିଭିନ୍ନ ବୟସର ଶିଶୁ ଓ ବୟସ୍କଙ୍କ ପାଇଁ ଖେଳର ଆୟୋଜନ, କୁନି କୁନି କଳାକାର ସୃଷ୍ଟି , ଅର୍ଜିତ, ପାପୁଲ, ପିହୁ, ଦେବ, ରାନୀ ଓ ଶୈଳୀଙ୍କ ଦ୍ୱାରା ନୃତ୍ୟ ପରିବେଶଣ କରାଯାଇଥିଲା। ପ୍ରଥମ ଥର ପାଇଁ ବିଭିନ୍ନ ଖେଳର ଆୟୋଜନ ଦାୟିତ୍ଵ ନେଇଥିଲେ ଶ୍ଵେତା ଏବଂ ଲିପ୍ସା। ରଘୁନାଥ ପ୍ରସାଦ ରଥ, କୃଷ୍ଣ ପ୍ରସାଦ ରଥ, ଜ୍ୟୋତିର୍ମୟ ଦେ ଏବଂ ମୀନାକ୍ଷି ଶତପଥୀଙ୍କ ସଙ୍ଗୀତ ସବୁ ଓଡ଼ିଆ ବନ୍ଧୁମାନଙ୍କୁ ଏକ ସୂତ୍ରରେ ବାନ୍ଧିବାରେ ସହାୟକ ହୋଇପାରିଥିଲା । କାର୍ଯ୍ୟକ୍ରମ ଶେଷରେ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ରଘୁନାଥ ପ୍ରସାଦ ରଥ, ଗତିପନ ଦାଶ, ନିର୍ମଲ ବେହେରା, ଉମେଶ ପାଣିଗ୍ରାହୀ, ସଞ୍ଜୟ ପଣ୍ଡା, ପ୍ରଶାନ୍ତ ପଣ୍ଡା, ସୀତାକାନ୍ତ ବେରିହା, ସରୋଜ ସାହୁ,  ବିଷ୍ଣୁ ନାୟକ ଓ ମୀନାକ୍ଷୀ ଶତପଥୀଙ୍କ ତତ୍ତ୍ଵାବଧାନରେ ଶୀତକାଳିନ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା।

Comments are closed.