କୋମଳ ତ୍ୱଚା ପାଇଁ କେତେକ ଜାଣିବା କଥା

ଅଳ୍ପ ହଳଦୀ, ଏକ ଚାମଚ ଗ୍ରୀନ ଟି ଓ ଏକ ଚାମଚ ବେସନ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ମୁହଁକୁ ପ୍ରଥମେ ଭଲ ଭାବେ ଧୋଇ ସଫା କରି ଦିଅନ୍ତୁ। ଏହାପରେ ଏହି ପେଷ୍ଟକୁ ମୁହଁରେ ଲଗାଇ ୨୦ ମିନିଟ ରଖନ୍ତୁ। ୨୦ ମିନିଟ ପରେ କିଛି ଗୋଲାପ ଜଳକୁ ତୁଳା ସାହାଯ୍ୟରେ ନେଇ ମୁହଁରେ ଲଗାନ୍ତୁ। ଫଳରେ ଶୁଖିଯାଇଥିବା ଫେସ ପ୍ୟାକ ଓଦା ହୋଇଯିବ। ଏହାପରେ ମୁହଁକୁ ଭଲ ଭାବେ ମସାଜ କରି ଏହାକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଏହା ମୁହଁର ବ୍ରଣ ସମସ୍ୟା ଦୂର କରି ମୁହଁକୁ ସୁନ୍ଦର କରିଥାଏ।
ଅଳ୍ପ ମହୁ, ଏକ ଚାମଚ ଗ୍ରୀନ ଟି, ଏକ ଚାମଚ କମଳା ଚୋପାର ଗୁଣ୍ଡ, ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ଏହାକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ। କିଛି ସମୟ ରଖିବା ପରେ ମୁହଁକୁ ମସାଜ କରି ଧୋଇ ଦିଅନ୍ତୁ। ଏହାକୁ ଲଗାଇବା ଦ୍ୱାରା ମୁହଁ ସୁନ୍ଦର, ଉଜ୍ୱଳ, କୋମଳ ହୋଇଥାଏ।
ବ୍ରଣର ଦାଗ ଦୂର କରିଥାଏ –
କ୍ଷୀର ଓ ମହୁରେ ଥିବା ପୋଷକ ତତ୍ତ୍ୱ ବ୍ରଣ କାରଣରୁ ମୁହଁରେ ହୋଇଥିବା ଦାଗକୁ ଦୂର କରିଥାଏ। ଏହା ମୁହଁକୁ ପୋଷଣ ମଧ୍ୟ ପ୍ରଦାନ କରିଥାଏ। ୨ଚାମଚ କ୍ଷୀରରେ ଅଳ୍ପ ମହୁ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୨୦ ରୁ ୩୦ ମିନିଟ ରଖିବା ପରେ ଏହାକୁ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ୩ ଦିନକୁ ଥରେ ଲଗାଇବା ଦ୍ୱାରା ଲାଭଦାୟକ ହୋଇଥାଏ।
ବୟସ ବୃଦ୍ଧିର ଲକ୍ଷଣକୁ କମ କରିଥାଏ –
କ୍ଷୀର ଓ ଦହିରେ ଆଣ୍ଟିବ୍ୟାକ୍ଟରିଅଲ ଗୁଣ ରହିଛି। ତେଣୁ ଏହାକୁ ଲଗାଇବା ଦ୍ୱାରା ମୁହଁରେ କୁଞ୍ଚନ ଆସିନଥାଏ। ମୁହଁର ଚମକ ବଢାଇଥାଏ।
କଳାଦାଗ ଦୂର କରେ –
କ୍ଷୀର ଓ ଦହିରେ ଥିବା ପୋଷକ ତତ୍ତ୍ୱ ଆଖିତଳର କଳାଦାଗକୁ ଓ ମୁହଁରେ ଥିବା ଅନ୍ୟାନ୍ୟ ଦାଗକୁ ମଧ୍ୟ ଦୂର କରିଥାଏ। ଏହାକୁ ନିୟମିତ ୧ ମାସ ଲଗାଇଲେ ଏହି ସମସ୍ୟା ଦୂର ହୋଇଥାଏ।
ମୁହଁକୁ ଉଜ୍ୱଳ ଓ କୋମଳ କରେ –
କ୍ଷୀର ଓ ଦହିରେ ଆଣ୍ଟିବ୍ୟାକ୍ଟେରିଅଲ , ଭିଟାମିନ ବି ମଧ୍ୟ ରହିଛି। ଏହାକୁ ନିୟମିତ ମୁହଁରେ ଲଗାଇବା ଦ୍ୱାରା ମୁହଁ ଗୋରା , ଉଜ୍ୱଳ ଓ କୋମଳ ହୋଇଥାଏ।

Comments are closed.