ଆସନ୍ତକାଲିଠାରୁ କଟକରେ ଜାତୀୟ ସବ୍‌ଜୁନିୟର ସଫ୍ଟବଲ୍‌ ଚମ୍ପିଆନ୍‌ସିପ

କଟକ : ଓଡ଼ିଶା ସଫ୍ଟବଲ୍‌ ଆସୋସିଏସନ୍‌ ଆନୁକୂଲ୍ୟରେ ସ୍ଥାନୀୟ ସତ୍ୟବ୍ରତ ଷ୍ଟାଡ଼ିୟମରେ ଆସନ୍ତାକାଲି ଅର୍ଥାତ ରବିବାରଠାରୁ ୯ ତାରିଖ ପର୍ଯ୍ୟନ୍ତ ୩୧ତମ ଜାତୀୟ ସବ୍‌ଜୁନିୟର ସଫ୍ଟବଲ୍‌ ଚମ୍ପିଆନ୍‌ସିପ ଅନୁଷ୍ଠିତ ହେବ।
ଲିଗ୍‌ କମ୍‌ ନକଆଉଟ୍ ପଦ୍ଧତିରେ ଖେଳାଯିବାକୁ ଥିବା ଏହି ଚମ୍ପିଆନ୍‌ସିପର ବାଳକ ବିଭାଗରେ ୨୪ ଓ ବାଳିକା ବିଭାଗରେ ୨୦ଟି ଦଳ ଅଂଶଗ୍ରହଣ କରିବେ। ଚମ୍ପିଆନ୍‌ସିପରେ ମୋଟ୍‌ ୫୦୦ ବାଳକ, ୪୦୦ ବାଳିକା ଓ ୧୦୦ ଜଣ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଚମ୍ପିଆନ୍‌ସିପର ଉଦ୍‌ଘାଟନ ଉତ୍ସବ ରବିବାର ଅପରାହ୍ଣ ୩ଟାରେ ଆୟୋଜିତ ହେବ । ଏଥିରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି, ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୮ ତାରିଖରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ୯ ତାରିଖ ପୂର୍ବାହ୍ଣ ୧୧ଟାରେ ଆୟୋଜିତ ହେବାକୁ ଥିବା ଉଦ୍‌ଯାପନୀ ଉତ୍ସବରେ ବିଧାୟକ ଚନ୍ଦ୍ରସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେବାର ଅଛି। ଚମ୍ପିଆନ୍‌ସିପ ନିମନ୍ତେ ମୋଟ୍‌ ବଜେଟ୍ ୨୦ ଲକ୍ଷ ଟଙ୍କା ରଖାଯାଇଛି। ବାଳକ ବିଭାଗ : କାର୍ତ୍ତିକ ସିଂହ, ସୋମେନ୍‌ ଗିରି, ପ୍ରିୟାଂଶୁ ଶେଖର ବିଶ୍ବାଳ, ଅମିତ ଓରାମ୍‌, ଗାଡୁ ବଡ଼ନାୟକ, ମହାବୀର ମହାରଣା, ସଞ୍ଜୟ କୁମାର ଦାସ, ସନ୍ଦୀପ କୁମାର କାର୍କାରିଆ, ସୁରଦା ଲକ୍ଷ୍ମଣ, ରଞ୍ଜିତ ସିଂହ, ତପୁ ସିଂହ (ଅଧିନାୟକ), ଖଗେଶ୍ବର ମଲ୍ଲିକ, ଶୁବମ୍‌ ବିଶ୍ବରଞ୍ଜନ, ଏ. ଦୁର୍ଗା ପ୍ରସାଦ, ରାହୁଲ ଏକ୍କା, ବି. ଉଦୟ କୁମାର, ବାଦଲ କୁମାର ଶର୍ମା, ଆଦିତ୍ୟ ନାଥ, ସୁରେନ୍ଦ୍ର ପାଙ୍ଗି, ଜ୍ଞାନ ରଞ୍ଜନ ପ୍ରଧାନ। ପ୍ରଭାତ ସାହୁ, ସନ୍ଦୀପ ରାୟ (ପ୍ରଶିକ୍ଷକ), ମନୋରଞ୍ଜନ ସାହୁ (ମ୍ୟାନେଜର୍‌)।
ବାଳିକା ବିଭାଗ : ଲକ୍ଷ୍ମୀ ସୋରେନ୍‌ (ଅଧିନାୟକ), ଡାଙ୍ଗି ମୁର୍ମୁ, ପୂର୍ଣ୍ଣିମା ସୋରେନ୍, ତୃପ୍ତିମୟ ସୋରେନ୍‌, କଣ୍ଢେଇ ସାହୁ, ସ୍ବାତୀ କୀର୍ତ୍ତାନିଆ, ଚାନ୍ଦିନ ମୁକ୍ତା, ଲକ୍ଷ୍ମୀ ବୋଇପାଇ, ଅଭିଲିପ୍ସା ରାଉତ, ସୁଲଚନା ମଲ୍ଲିକ, ମମତା ସିଂ, ସୁଭଦ୍ରା ଓରାମ୍‌, ଲକ୍ଷ୍ମୀ ମୁର୍ମୁ, ରଶ୍ମିତା ବାରିକ, କରିନା ମାନସିଂହ, ଶିବାନୀ ସିଂ, ପୂଜାରାଣୀ ଭୋଇ, ଲକ୍ଷ୍ମୀ ନାଏକ, ସୁଚିସ୍ମିତା ପ୍ରଧାନ, ମାମାଲି ବେହେରା। ବିନୁ ସାହୁ, ଚିନ୍ମୟ ପଟ୍ଟନାୟକ (ପ୍ରଶିକ୍ଷକ), ବିଭୁଦତ୍ତ ରଥ (ମ୍ୟାନେଜର)।

Comments are closed.