ପଡ଼ିଆରେ ହୃଦ୍‌ଘାତ, ଆଲ୍‌ଜେରିଆ ଫୁଟ୍‌ବଲର ମୃତ

ଆଲ୍‌ଜିଅର୍ସ: ଆଲ୍‌ଜେରିଆର ଏକ ୨ୟ ଡିଭିଜନ୍ ଫୁଟ୍‌ବଲ ମ୍ୟାଚ୍‌ରେ ଅଘଟଣ ଘଟିଛି। ଶନିବାର ମ୍ୟାଚ୍‌ ଖେଳୁଥିବା ବେଳେ ସୋଫିଆନ୍ ଲୌକାର ନାମକ ଜଣେ ଖେଳାଳି ଗୋଲ୍‌ରକ୍ଷକଙ୍କ ସହ ଧକ୍କା ଖାଇଥିଲେ। ଯନ୍ତ୍ରଣା ହେବାରୁ ପଡ଼ିଆରେ ଲୌକାରଙ୍କ ଚିକିତ୍ସା କରା ଯାଇଥିଲା। ହେଲେ ୧୦ ମିନିଟ ପରେ ଲୌକାରଙ୍କ ହୃଦ୍‌ଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ଥିବା ଲୌକାରଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.