ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲେ ମେଜର ଡକ୍ଟର କଳ୍ପନା ଦାସ

ଭୁବନେଶ୍ବର : ଆଜି କରୋନା ମହାମାରୀ ବିଶ୍ୱରେ ଆତଙ୍କ ଖେଳେଈ ଦେଇଛି I ଏଭଳି ସମୟରେ ସମାଜସେବୀ ମେଜର ଡ଼କ୍ଟର କଳ୍ପନା ଦାସ ସମାଜର ସବୁଠାରୁ ଅସହାୟ ଶ୍ରେଣୀର ମଣିଷମାନଙ୍କ ପ୍ରତି ସହାୟତାର ହାତ ପୁଣି ବଢ଼ାଇଛନ୍ତି। ଜରାଶ୍ରମ, ଅନାଥ ଆଶ୍ରମ ଓ ରାସ୍ତା କଡ଼ରେ ନିରାଶ୍ରୟ ଜୀବନ ବିତାଉଥିବା ଏଇ ମଣିଷମାନଙ୍କ ପାଇଁ ବିପତ୍ତି ସମୟରେ ବିଭିନ୍ନ ଶୁଖିଲା ଖାଦ୍ୟ ଯୋଗାଇବା ସହ ମାନସିକ ସ୍ତରରେ ସେମାନଙ୍କ ମନରେ ସାହସ ଓ ସକରାତ୍ମକ ଭାବନା ଦୃଢ଼ କରାଇଛନ୍ତି। ନିଜର ବୟସାଧିକ ଶାରୀରିକ ଦୁର୍ବଳତା ତଥା କୋରନା ସତର୍କତାକୁ ଆଖିରେ ରଖି ନିଜେ ଘରେ ରହିଥିଲେ ମଧ୍ୟ ଭୁବନେଶ୍ୱରର ରସୁଲଗଡ଼ଠାରେ ଥିବା ଏମ. ପି. ଜରାଶ୍ରମ ଓ ଖଣ୍ଡଗିରି ରେ ଥିବା ଏସ ଓ ଏସ ଅନାଥ ଆଶ୍ରମକୁ ଚାଉଳ, ଡାଲି, ତେଲ, ଲୁଣ, ଆଳୁ, ଛତୁଆ, ଚୁଡା, ବିସ୍କୁଟ, ଚିନି ମସଲା ଇତ୍ୟାଦି ରାସନ ସାମଗ୍ରୀ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର ଜିନିଷ ସାବୁନ, ଫିନାଇଲ ଇତ୍ୟାଦି ସମାଗ୍ରୀ ପଠାଇ ଥିଲେ। ଏଥିରେ ଡକ୍ଟର କାଳନ୍ଦି ଜେନା , ଡକ୍ଟର ବିଜୟା ମିଶ୍ର , ଡକ୍ଟର ସିପ୍ରା ସାଗରିକା ପ୍ରଭୁତି ସ୍ବେଛାସେବୀ ଯୋଗ ଦେଇଥିଲେ।

Comments are closed.