ସମାଜସେବୀ ଅର୍ଜୁନ କୁମାର ମାଝୀଙ୍କ ପରଲୋକ

ଜଙ୍କିଆ : ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ବଘେପୁଟ ଗ୍ରାମର ସମାଜସେବୀ ଅର୍ଜୁନ କୁମାର ମାଝୀଙ୍କ ଗତ ମଙ୍ଗଳବାର ରାତି ୧୦.୩୦ ଟାରେ ହୃଦଘାତରେ ପରଲୋକ ହୋଇଯାଇଛି। ମଙ୍ଗଳବାର ରାତ୍ରି ଭୋଜନ ପରେ ଶୌଚ ପାଇଁ ଯାଇଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରି ସେ ଟଳିପଡିଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ ଖୋର୍ଦ୍ଧା ମୂଖ୍ୟ ଡାକ୍ତରଖାନାକୁୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସମାଜସେବୀ ଅର୍ଜୁନ କୁମାର ମାଝୀଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଦୁଇଟି ସ୍ଵେଚ୍ଛାସେବୀ ଅନୁଷ୍ଠାନର ପୃଷ୍ଠପୋଷକ ଭାବେ କାର୍ଯ୍ୟକରି ଅଞ୍ଚଳରେ ବହୁ ଉନ୍ନତିମୂଳକ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ। ଏଥିସହିତ ବହୁ ଅନୁଷ୍ଠାନ ଗଢିତୋଳିବାରେ ତାଙ୍କ ଦାନ ଅତୁଳନୀୟ। ଅବହେଳିତ ତଥା ଗରିବ ଅସହାୟ ଲୋକଙ୍କୁ ସମାଜର ମୂଖ୍ୟସ୍ରୋତରେ ସାମିଲ କରିବା ପାଇଁ ସେ ସାହାର୍ଯ୍ୟ କରିଆସୁଥିଲେ।

ସେହିପରି ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ଜିଲା ଶିଳ୍ପକେନ୍ଦ୍ର ଆନୁକୂଲ୍ୟରେ ହସ୍ତଶିଳ୍ପର ବିଭିନ୍ନ ପ୍ରଶିକ୍ଷଣ ଶିବିର ଆୟୋଜନ କରିଥିଲେ।  ବଘେପୁଟ ଗ୍ରାମରେ ଏକ ବନ ସୁରକ୍ଷା ସମିତି କରି ତାହାର ସଭାପତି ଦାୟିତ୍ଵ ତୁଲାଉଥିଲେ। ସେ ଅତ୍ୟନ୍ତ ସରଳ ଓ ମିଷ୍ଟଭାଷୀ ଥିଲେ। ତାଙ୍କ ବିୟୋଗ କରେ ସମାଜର ବିଭିନ୍ନ ବର୍ଗର ଲୋକ ଶେଷ ଦର୍ଶନ  କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ।

Comments are closed.