ଭୁତ ନେଉଛି ଭତ୍ତା ଟଙ୍କା, ଟିପମାରି ପଞ୍ଚାୟତ ନିର୍ବାହୀ ଅଧିକାରୀ ଟଙ୍କା ଲୁଟୁ ଥିବା ଅଭିଯୋଗ

ମୋହନା  : ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗରିବ, ବିକଳାଙ୍ଗ,  ବୃଦ୍ଧ- ବୃଦ୍ଧା ଏବଂ ବିଧବାଙ୍କ ପାଇଁ ମାସକୁ ପାଇଁ ସାସକୁ ୫ ଶହ ଟଙ୍କା ଭତ୍ତା ଦେଉଛନ୍ତି । ହେଲେ ତାହା ଠିକ୍ ହିତାଧିକାରୀ ପାଇନ ପାରି ବାଟମାରଣା ହେଉଥିବା ବିଭିନ୍ନ ପଞ୍ଚାୟତରୁ ଅଭିଯୋଗ ହେଉଛି । ମୋହନା ବ୍ଲକର ୩୯ଟି ପଞ୍ଚାୟତର ଅନେକ ଭତ୍ତାଧାରୀ ବ୍ୟକ୍ତି ମୃତ୍ୟୁବରଣ କରି ସାରିଲେଣି । ତଥାପି ସେମାନଙ୍କ ନାମରେ କିଏ ଟିପମାରି ଟଙ୍କା ନେଉଛି ପଞ୍ଚାୟତ କାର୍ଯ୍ୟାଳୟର ଅଧିକାରୀ କହିବାକୁ ନାରାଜ। ଖାତା ରହୁଛି ପରିବାର ଲୋକଙ୍କ ପାଖରେ କିନ୍ତୁ ପଞ୍ଚାୟତ କାର୍ଯ୍ୟାଳୟର ଖାତାରେ ଉତ୍ତା ଟଙ୍କା ନେଉଥିବା ଦେଖିବାକୁ ମିଳୁଛି ।  ଏଭଳି ଅଭିଯୋଗ କିଛି ପଞ୍ଚାୟତରୁ ଆଗରୁ ଆସିଥିଲା । ଯାହାକୁ ନେଇ ମୋହନା ବ୍ଲକରେ ଏକ ହଜାରରୁ ଉର୍ଦ୍ଧ୍ୱ ମୃତ ବ୍ୟକ୍ତିଙ୍କ ନାମ ତାଲିକାରୁ କଟାଯାଇଛି । ହେଲେ ବର୍ତ୍ତମାନ ପିଣ୍ଡିକି ପଞ୍ଚାୟତରେ ୪୨ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। କିନ୍ତୁ ତାଙ୍କ ନାମରେ ଟିପମାରି ଟଙ୍କା ଲୁଟ ହେଉଛି । ପରିବାର ଲୋକେ ଜାଣି ନାହାନ୍ତି କିନ୍ତୁ ଉତ୍ତା ଟଙ୍କା ଲୁଟ ହେଉଛି କିପରି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ? ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନିକଟରେ ରହୁଛି ଉତ୍ତା ନେବା ତାଲିକା ତେବେ ମୃତ ବ୍ୟକ୍ତିଙ୍କ ନାମରେ ଟଙ୍କା କିଏ ନେଉଛି । ଭୂତ ନେଉଛି କି ଉତ୍ତା ଟଙ୍କା ? ନା ପଞ୍ଚାୟତ ଅଧିକାରୀ ଲୁଟୁଛନ୍ତି ଟଙ୍କା। ନା ଶ୍ବଶାନରୁ ଉଠି ଆସି ମୃତ ବ୍ୟକ୍ତି ନେଉଛି ଟଙ୍କା । ତାହା ଏବେ ପିଣ୍ଡିକି ପଞ୍ଚାୟତରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ପଞ୍ଚାୟତରେ ଏଭଳି ମୃତ ବ୍ୟକ୍ତି ନାମରେ ଟଙ୍କା ଲୁଟ ହେଉଛି । ସବୁ ଜାଣି ଜିଲ୍ଲା ପ୍ରଶାସନ ଚୁପ କାହିଁକି ବସିଛି ବୋଲି ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Comments are closed.