ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ସ୍ୱତନ୍ତ୍ର ନିୟମ, ଅଭିଯୋଗ ଆସିଲେ ହଟିବ ବିଷୟବସ୍ତୁ

ଭାରତରେ ହ୍ବାଟ୍ସଅପର ୫୩ କୋଟି, ଫେସବୁକର ୪୦ କୋଟି ଏବଂ ଟ୍ବିଟରର ୧ କୋଟି ୟୁଜର

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ) ଓ ଷ୍ଟ୍ରିମିଂ ପ୍ଲାଟଫର୍ମ ପାଇଁ ଆଜି କେନ୍ଦ୍ର ସରକାର ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ଅନେକ ସମୟରେ ଓଟିଟି(ଓଭର୍‌ ଦି ଟପ୍‌) ପ୍ଲାଟଫର୍ମ ଓ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ବିଷୟବସ୍ତୁ ପ୍ରକାଶ ପାଉଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ପାଇଁ ବ୍ୟବସ୍ଥା କରାଯାଇଛି। ଉଭୟ ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ସ୍ୱତନ୍ତ୍ର ଭାବେ ନିୟମ ଓ ମାର୍ଗଦର୍ଶିକା ନିର୍ଦ୍ଧାରଣ କରାଯାଇଛି।
କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ ଭାରତରେ ସାମାଜିକ ଗଣମାଧ୍ୟମ ଓ ଓଟିଟି ପ୍ଲାଟଫର୍ମ ପାଇଁ ନୂଆ ନିୟମ ଓ ମାର୍ଗଦର୍ଶିକା ଲାଗୁ କରାଯାଇଛି। ଡିଜିଟାଲ୍‌ ଏବଂ ସାମାଜିକ ଗଣମାଧ୍ୟମର ମାର୍ଗଦର୍ଶିକା ଜାରି କରି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ଭାରତର ଅଖଣ୍ଡତା, ସାର୍ବଭୌମତ୍ୱ ଓ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ବିଷୟବସ୍ତୁକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏହା ଉପରେ ନଜର ରଖିବା ପାଇଁ ଏକାଧିକ ମନ୍ତ୍ରଣାଳୟ ଓ ଏଥିକ୍ସ କୋଡ୍‌ର ବ୍ୟବସ୍ଥା କରାଯିବ। ଲୋକଙ୍କୁ ସେବା ଯୋଗାଉଥିବା ସବୁ ସଂସ୍ଥା ନିଜ ପାଖରେ ଅଭିଯୋଗ ପ୍ରକୋଷ୍ଠ ପ୍ରତିଷ୍ଠା କରିବେ। ବର୍ତ୍ତମାନ କେନ୍ଦ୍ର ସରକାର ଅନଲାଇନ ପ୍ଲାଟଫର୍ମ ଉପରେ ବିଶେଷ ହସ୍ତକ୍ଷେପ କରିବାକୁ ଚାହୁଁ ନାହାନ୍ତି ବଂର ୟୁଜର୍ସ ନିଜେ ଯାଞ୍ଚ କରିବା ଉଚିତ। ସେହିଭଳି ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରସାରଣ କରିବା ଏବଂ ଗୁଜବ ସୃଷ୍ଟି କରୁଥିବା ୟୁଜର୍ସଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରବିଶଙ୍କର ପ୍ରସାଦ ପ୍ରକାଶ କରିଛନ୍ତି।


ବିଦେଶୀ ସାମାଜିକ ଗଣମାଧ୍ୟମ କମ୍ପାନୀ ଭାରତକୁ ଆସନ୍ତୁ. କିନ୍ତୁ ଏହାର ଅପବ୍ୟବହରା ଉପରେ ଅଭିଯୋଗ ପାଇଁ ଫୋରମ ରହିବାର ଆବଶ୍ୟକତା ରହିଛି। ସାମାଜିକ ଗଣମାଧ୍ୟମର ଦୁରୁପଯୋଗକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା। ସାମାଜିକ ଗଣମାଧ୍ୟମରେ ଅପବ୍ୟବହାର ରୋକିବା ଅପରିହାର୍ଯ୍ୟ ହୋଇପଡ଼ିଥିଲା। ଏହାପରେ ୨୦୧୮ ଡିସେମ୍ବର ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଥିଲା। ସାମାଜିକ ଗଣମାଧ୍ୟମର ନୂଆ ନିୟମ ଓ ମାର୍ଗଦର୍ଶିକା ଅନୁସାରେ ଯେକୌଣସି ଅଭିଯୋଗ ଆସିଲେ ତାହା ସାମାଜିକ ଗଣାମାଧ୍ୟମ ପ୍ଲାଟଫର୍ମରୁ ସେହି ବିଷୟବସ୍ତୁକୁ ତୁରନ୍ତ ହଟାଇବାକୁ ପଡିବ। ସେହିପରି ସାମାଜିକ ଗଣମାଧ୍ୟମ ପାଇଁ ପ୍ରସ୍ତୁତ ହୋଇଥିବା ନୂଆ ନିୟମ ଓ ମାର୍ଗଦର୍ଶିକାକୁ ୩ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ।


ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ଭାରତରେ ହ୍ବାଟ୍ସଅପରେ ୫୩ କୋଟି, ଫେସବୁକର ୪୦ କୋଟି ଏବଂ ଟ୍ବିଟରର ୧ କୋଟି ୟୁଜର ରହିଛନ୍ତି । ତେଣୁ ଭାରତରେ ଏହି କମ୍ପାନୀମାନେ ମାତ୍ରାଧିକ ସୁବିଧା ଉଠାଉଛନ୍ତି ଏବଂ ଉପଯୋଗ କରୁଛନ୍ତି ମଧ୍ୟ । କିନ୍ତୁ ଏହା ଉପରେ ଆଇନ ଆଣିବା ଆବଶ୍ୟକ ରହିଛି। ଆତଙ୍କବାଦୀ ମଧ୍ୟ ସାମାଜିକ ଗଣମାଧ୍ୟମର ବ୍ୟବହାର କରୁଛନ୍ତି। ଘୃଣାର ପ୍ରସାରର ମାଧ୍ୟମ ସାଜିଛି ସାମାଜିକ ଗଣମାଧ୍ୟମ। ମିଥ୍ୟା ଖବର ପ୍ରସାରଣ ହେଉଛି। ସାମାଜିକ ଗଣମାଧ୍ୟମକୁ ହିଂସା, ଭାଷା, ଦୃଶ୍ୟ ଆଧାରରେ ବିଭାଗୀକରଣ କରାଯିବ । ୟୁ, ୟୁ-୭, ୟୁ-୧୩ ଆଧାରକୁ ନେଇ ବିଭାଗୀକରଣ ହେବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ।


ଅନଲାଇନରେ ପ୍ଲାଟଫର୍ମକୁ ଯେଉଁଭଳି ଉପଯୋଗ କରାଯାଉଛି, ଏବଂ ଯେଉଁ ସବୁ କଣ୍ଟେଟ ପଡୁଛି । ତାହା ଉପରେ ମାର୍ଗଦର୍ଶିକା ଆଣିବାର ଆବଶ୍ୟକତା ଥିବା ସୁପ୍ରିମକୋର୍ଟ କହିଥିଲେ। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶ ପରେ କେନ୍ଦ୍ର ସରକାର ଏହା ଉପରେ ନିର୍ଦେଶାବଳୀ ଆଣିବାକୁ ଯାଉଛନ୍ତି ।

 

Comments
Loading...