ସୋଡିଆଲ ମିଡିଆର ବହୁଳ ବ୍ୟବହାର, ସୃଷ୍ଟି କରେ ସମ୍ପର୍କରେ ଫାଟ

ଆଜିକାଲି ପ୍ରତ୍ୟକଟି ଲୋକ ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ଯାହାର ପ୍ରଭାବ ସମ୍ପର୍କ ଉପରେ ପଡୁଛି। ସାମାଜିକ ବୈଜ୍ଞାନିକଙ୍କ ଅନୁସନ୍ଧାନ ଅନୁଯାୟୀ, ଆଜିକାଲି ବିଭିନ୍ନ ସୋସିଆଲ ମିଡିଆ ଯେକୌଣସି ସମ୍ପର୍କ ଗଢିବା ଓ ଭାଙ୍ଗିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ଯେଉଁମାନେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଥାଆନ୍ତି ବା ଫଟୋ ପୋଷ୍ଟ କରନ୍ତି ସେମାନେ ସମ୍ପର୍କକୁ ନେଇ ମଧ୍ୟ ସେତିକି ଯତ୍ନବାନ ନ ଥାଆନ୍ତି।

ଯେଉଁ ଲୋକ ଅଧିକ ଅସୁରକ୍ଷିତ ଅନୁଭବ କରିଥାନ୍ତି ସେମାନେ ସୋସିଆଲ ମିଡିଆରେ ଅଧିକ ଫଟୋ ସେୟାର କରିଥାନ୍ତି। ତେବେ ଯଦି ଆପଣଙ୍କ ଫଟୋରେ ଅଧିକ ଲାଇକ୍‍ ଓ କମେଣ୍ଟ ହୁଏ ତାହେଲେ ଆପଣଙ୍କ ସମ୍ପକରେ ସମସ୍ୟା ଦେଖାଦେଇ ପାରେ। କାରଣ ଆପଣଙ୍କ ସାଥୀ ଏଥିରେ ଜେଲସ ବା ଇର୍ଷା ଅନୁଭବ କରିପାରନ୍ତି।

ଯେଉଁ ଲୋକେ ନିଜ ସମ୍ପର୍କରେ ଅଧିକ ଖୁସି ଓ ଅଧିକ ସୁରକ୍ଷିତ ଅନୁଭବ କରନ୍ତି, ସେମାନେ ସୋସିଆଲ ମିଡିଆରୁ ତାଙ୍କ ସମ୍ପର୍କକୁ ଦୂରରେ ରଖିବାକୁ ଚେଷ୍ଟା କରନ୍ତି। ସେମାନେ ଭାବନ୍ତି ନିଜ ସମ୍ପର୍କକୁ ଦୁନିଆକୁ ଦେଖାଇବା ଜରୁରୀ ନୁହଁ।

ଯଦି ଆପଣ ଅଧିକ ସମୟ ସୋସିଆଲ ମିଡିଆରେ କଟାଉ ଥାନ୍ତି ତେବେ ଏହା ଦ୍ୱାରା ଯେ ଆପଣଙ୍କ ସର୍ମ୍ପକରେ ଫାଟ ସୃଷ୍ଟି ହେବ ବା ଆପଣ ପରସ୍ପରକୁ ଭଲ ପାଉ ନାହାଁନ୍ତି ଏହା ସମ୍ପୁର୍ଣ୍ଣ ଭୁଲ ଅଟେ। ତେବେ ସୋଶିଆଲ ମିଡିଆର ବ୍ୟବହାର କରୁଥିବା ବ୍ୟକ୍ତି ପ୍ରାୟତଃ ନିଜକୁ ଅସୁରକ୍ଷିତ ମଣି ଥାଆନ୍ତି।

Comments are closed.